ଶିକ୍ଷା ଅଧିକାର ଆଇନ ଧାରା ୧୨(୧)(ଗ) ଅନୁଯାୟୀ ବେସରକାରୀ ବିଦ୍ୟାଳୟଗୁଡିକରେ ଲଟେରୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଚୟନ

ଶିକ୍ଷା ଅଧିକାର ଆଇନ ୨୦୦୯ ଅନ୍ତର୍ଗତ ଧାରା ୧୨(୧)(ଗ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନେ ବେସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରବେଶ ସ୍ତରରେ ନିଃଶୁଳ୍କ ଶିକ୍ଷା ପାଇପାରିବେ । ଏଥିପାଇଁ ଆର୍.ଟି.ଇ. ପାରଦର୍ଶୀ (RTE Paradarshi) ପୋର୍ଟାଲରେ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା । ଏହି ପର୍ଯ୍ୟାୟ ପାଇଁ ଅଗଷ୍ଟ ୧୪ ତାରିଖରୁ ଆରମ୍ଭ କରି ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାରଦର୍ଶୀ ପୋର୍ଟାଲ ମାଧ୍ଯମରେ ଆବେଦନ କରିଥିଲେ । ବେସରକାରୀ ବିଦ୍ୟାଳୟଗୁଡ଼ିକରେ ସମୁଦାୟ ୯୮୯ ଅନଲାଇନ୍ ଆବେଦନ କରାଯାଇଥିଲା ଏବଂ ଏହା ମଧ୍ୟରୁ ବ୍ଲକ ଶିକ୍ଷା ଅଧିକାରୀମାନେ ପ୍ରମାଣ ପତ୍ର ଯାଞ୍ଚ କରି ୬୨୯ ଆବେଦନକୁ ଯୋଗ୍ୟ ବିବେଚିତ କରିଥିଲେ । ଯୋଗ୍ୟ ଆବେଦନ ପତ୍ର ଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ ଉଠା କାର୍ଯ୍ଯକ୍ରମ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସଦସ୍ୟମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ୫୦୧ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି । ବର୍ତ୍ତମାନ ବ୍ଲକ ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ । ବେସରକାରୀ ବିଦ୍ୟାଳୟଗୁଡ଼ିକରେ ତା-୦୧-୦୯-୨୦୨୬ ରିଖରୁ ତା-୧୯-୦୯-୨୦୨୬ ରିଖ ମଧ୍ଯରେ ନାମ ଲେଖାଯିବ । ଏହି ନାମଲେଖା ସଂପୂର୍ଣ୍ଣ ନିଃଶୁଳ୍କ ଅଟେ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ କୌଣସି ଅର୍ଥ ଅଭିଭାବକମାନଙ୍କ ଠାରୁ ନେଇପାରିବେ ନାହିଁ । ଯଦି ଏହାକୁ କୌଣସି ବିଦ୍ୟାଳୟ ଖିଲାପ କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *