ରାହୁଲ ଓ ମୋଦୀଙ୍କ ପାଇଁ ସତର୍କ ଘଣ୍ଟି
ନୂଆଦିଲ୍ଲୀ, ଅଗଷ୍ଟ ୩୦: ଇଣ୍ଡିଆ ଟୁଡେ ଏବଂ ସି-ଭୋଟର ମିଳିତ ଭାବେ ଅଗଷ୍ଟ ୨୦୨୬ରେ ପ୍ରକାଶ କରିଥିବା ସର୍ବଶେଷ ‘ମୁଡ୍ ଅଫ୍ ଦି ନେସନ୍’ ସର୍ଭେରେ ବଡ଼ ସଙ୍କେତ ମିଳିଛି। ଯଦି ଆଜି ଦେଶରେ ଲୋକସଭା ନିର୍ବାଚନ ହୁଏ, ତେବେ କେନ୍ଦ୍ରରେ ପୁଣିଥରେ ଏନଡିଏ ସରକାର ଗଠନ ହେବ ବୋଲି ଆକଳନ କରାଯାଇଛି । ଦେଶର ପ୍ରାୟ ୧.୧୬ ଲକ୍ଷରୁ ଅଧିକ ଲୋକଙ୍କ ମତାମତକୁ ନେଇ ଏହି ସର୍ଭେ ପ୍ରସ୍ତୁତ ହୋଇଛି।
୧. କେଉଁ ମେଣ୍ଟକୁ କେତେ ସିଟ୍?
ସର୍ଭେ ଅନୁଯାୟୀ ଲୋକସଭା ଆସନ ଆକଳନ ଏପରି:ଏନଡିଏ (NDA): ୩୨୬ ଆସନ – ଏଥିମଧ୍ୟରୁ ବିଜେପି ଏକାକୀ ୨୬୧ ଆସନ ଜିତିପାରେ । ଇଣ୍ଡିଆ ମେଣ୍ଟ (INDIA Bloc): ୧୮୫ ଆସନ – ଏଥିମଧ୍ୟରୁ କଂଗ୍ରେସ ୧୦୬ ଆସନ ପାଇପାରେ । ଅନ୍ୟାନ୍ୟ: ୩୨ ଆସନ ।
୨. ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ପସନ୍ଦ?
ପ୍ରଧାନମନ୍ତ୍ରୀ ପଦ ପାଇଁ ଜନତାଙ୍କ ପସନ୍ଦରେ ଏବେ ବି ନରେନ୍ଦ୍ର ମୋଦୀ ସବୁଠୁ ଆଗରେ ଅଛନ୍ତି । ନରେନ୍ଦ୍ର ମୋଦୀ: ୪୯% – ପ୍ରଥମ ପସନ୍ଦ, ରାହୁଲ ଗାନ୍ଧୀ: ୨୭% – ଦ୍ୱିତୀୟ, ଜୋସେଫ୍ ବିଜୟ (ତାମିଲନାଡୁ): ୯% – ଆଶ୍ଚର୍ଯ୍ୟଜନକ ଭାବେ ତୃତୀୟ ସ୍ଥାନରେ ଅଛନ୍ତି।
୩. ଓଡ଼ିଶାର ମୁଡ୍ କ’ଣ?
ସୋସିଆଲ ମିଡିଆ ଓ ସର୍ଭେ ଟ୍ରାକର ତଥ୍ୟ ଅନୁଯାୟୀ, ଓଡ଼ିଶାର ରାଜନୈତିକ ମୁଡ୍ରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଏବେ ନିର୍ବାଚନ ହୁଏ, ତେବେ ଓଡ଼ିଶାରେ ବିଜେପିର କିଛି ଲୋକସଭା ଆସନ ଯାହା ବିଜେପି ଜିତିଛା ତାହା ହ୍ରାସ ପାଇପାରେ ବୋଲି ସି-ଭୋଟର ଆକଳନ କରିଛି।
୪. ଦେଶର ମୁଖ୍ୟ ସମସ୍ୟା କ’ଣ?
ଜନତାଙ୍କ ମତରେ ଦେଶର ମୁଖ୍ୟ ସମସ୍ୟା ମଧ୍ୟରେ ମହଙ୍ଗା ମାଡ଼, ବେକାରୀ ଓ ପେପର ଲିକ୍ ପ୍ରମୁଖ ରହିଛି। ଏହା ସତ୍ତ୍ୱେ ସରକାରଙ୍କ ରାଜନୈତିକ ସ୍ଥିରତା ଓ ଭିତ୍ତିଭୂମି ବିକାଶକୁ ସର୍ଭେରେ ସବୁଠାରୁ ବଡ଼ ସଫଳତା ଭାବେ ଦର୍ଶାଯାଇଛି।