ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଯାଇ ସେଠାରୁ ଦୁବାଇ ଯିବେ। ଇନଭେଷ୍ଟର୍ସ ମିଟ୍ ପାଇଁ ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ। ସେପଟେମ୍ବର ୧୦ ଓ ୧୧ ତାରିଖ ୨ ଦିନ ବଡ଼ ବଡ଼ ଶିଳ୍ପପତିଙ୍କ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ନିବେଶ ପାଇଁ ସୁଯୋଗ ଓ ସମ୍ଭାବନା ନେଇ ଶିଳ୍ପପତିଙ୍କ ଆଗରେ ରଖିବ ପ୍ରସ୍ତାବ ରଖିବେ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦୁଇ ଦିନ ଧରି ଦିଲ୍ଲୀରେ ଶିଳ୍ପ ଓ ନିବେଶ କାର୍ଯ୍ୟକ୍ରମ ହୋଇଥିଲା। ଯେଉଁଥିରୁ ରାଜ୍ୟରେ ୬୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ପ୍ରସ୍ତାବ ଆସିଛି। ୩୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ। ରାଜ୍ୟରେ ମୋଟ ୬୬ ହଜାର ୩୯୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିବା ବେଳେ ଏହାଦ୍ୱାରା ୫୪ ହଜାର ୧୩୫ ନିଯୁକ୍ତି ସୁଯୋଗ ସମ୍ଭାବନା ସୃଷ୍ଟି ହୋଇଛି।