ଉତ୍କଳ କରାଟେ ସ୍କୁଲର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ

୫ ଜଣ ବରିଷ୍ଠ ସାମ୍ବାଦିକ ଓ ଦୁଇଜଣ ଆନ୍ତର୍ଜାତୀୟ ଖେଳାଳି ଓ ଅଫିସିଆଲ ସମ୍ମାନିତ

ଭୁବନେଶ୍ୱର: ୩୦/୮/୨୬ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ସ୍କୁଲ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଓଡିଶା ଅଲମ୍ପିକ ସଂଘର ସଭାପତି ଶ୍ରୀ ସମୀର ମହାନ୍ତି,  ଓଡିଶା ପୋଲିସ ର ଇନ୍ସପେକ୍ଟର ଜେନେରାଲ (ଆଇଜି) ଶ୍ରୀ ଉମା ଶଙ୍କର ଦାସ  ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉତ୍କଳ କରାଟେ ସ୍କୁଲ ର ରାଜ୍ୟର କ୍ରିଡା ବିକାଶ ଦିଗରେ ଭୂମିକାର ଭୂୟସି ପ୍ରଶଂସା କରିଥିଲେ ।

ଏହି ଅବସରରେ ପ୍ରତିବର୍ଷ ଭଳି ୫ ଜଣ ସାମ୍ବାଦିକଙ୍କୁ  ସମ୍ମାନିତ କରଯାଇଥିଲା  ନିଉ ଇଣ୍ଡିଆନ ଏକ୍ସପ୍ରେସ ର ବରିଷ୍ଠ ସାମ୍ବାଦିକ, ଗୃପ ଏଡିଟର, ଶ୍ରୀ ଶିବ ମହାନ୍ତି, ସକାଳ ର କ୍ରିଡା ସାମ୍ବାଦିକ , ଶ୍ରୀ ତୁଷାର କୁମାର ସେନାପତି, ସମ୍ବାଦ ର  କ୍ରିଡା ସାମ୍ବାଦିକ, ଶ୍ରୀ ପ୍ରଫୁଲ କିଶୋର ସାହୁ, ସ୍ପୋର୍ଟ୍ସ ଟୁଡେ ର କ୍ରିଡା ସାମ୍ବାଦିକ ଶ୍ରୀ ଚକ୍ରଧର ମାଝି  ଓ ଫଟୋ ସାମ୍ବାଦିକ, ଶ୍ରୀ ଗୌର ପ୍ରସାଦ ରାଜଗୁରୁ ସମ୍ମାନିତ ହୋଇଥିଲେ

ଚଳିତ ବର୍ଷ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ସ୍କୁଲ ର ୨ ଜଣ ଛାତ୍ରୀ, ଅନୁପମା ସ୍ଵାଇଁ ,        (ଜୁ –ଜିତଷୁ ଏସିଆନ ଓ ବିଶ୍ଵ ପ୍ରତିଯୋଗିତାରେ କାଂସ୍ୟ ଓ ରୋପ୍ୟ ପଦକ) ଏବଂ ଲୋମା ସ୍ଵାଇଁ , (ଡେଫ ଅଲମ୍ପିକ ର କରାଟେ କ୍ରିଡା ରେ କାଂସ୍ୟ)  ଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ବେଳେ କରାଟେ ର ଦୁଇ ଜଣ ଆନ୍ତର୍ଜାତୀୟ ଅଫିସିଆଲ ରାଜୀବ କୁମାର ସିଂ  ଓ ଦୀପକ କୁମାର ସାମନ୍ତରା ଙ୍କୁ ଅତିଥି ଙ୍କ ଦ୍ଵାରା ସଂବର୍ଦ୍ଧିତ କରଯାଇଥିଲା

ଜାତୀୟ କ୍ରିଡା ଦିବସ ଅବସରରେ ଆଜି ଉତ୍କଳ କରାଟେ ସ୍କୁଲ ପରିସରରେ ପୁରୁଷ ଓ ମହିଳା ମାନଙ୍କ ଭିତରେ ଫିଟନେସ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା ପୁରୁଷ ବିଭାଗରେ ୬୮ କିଲୋ ବର୍ଗ ରୁ କମ ବିଭାଗରେ ଲାଲ ସବିର ପ୍ରଥମ, ଚିନ୍ମୟ ପଳାଇ ଦିତୀୟ ଓ ଯୁଗ୍ମ ତୃତୀୟ ଭାବରେ ରାଜ କୁମାର ସିଂ ଓ ଶଙ୍କର ନାୟକ ଏବଂ ୬୮ କିଲୋ ରୁ ଅଧିକ ବର୍ଗରେ ରଞ୍ଜନ ମଙ୍ଗରାଜ ପ୍ରଥମ, ଦେବୀ ଦାସ ଦୁତୀୟ , ଓ ଯୁଗ୍ମ ତୃତୀୟ ଭାବେ ସୌରଭ ରାଜ ପଣ୍ଡା ଓ ସୁଶାନ୍ତ ଘଡାଇ ପଦକ ହାସଲ କରିଥିଲେ  ସେହିପରି ମହିଳା ବିଭାଗରେ ୨୫ ବର୍ଷ ରୁ କମ ବିଭାଗରେ ପଲକ ପ୍ରିୟଦର୍ଶିନୀ ମହାନ୍ତି , ପ୍ରଥମ , ସର୍ମୀଷ୍ଠା ନାୟକ, ଦିତୀୟ , ଯୁଗ୍ମ ତୃତୀୟ ରେ ତନାଲି ମିଶ୍ର ଓ ପ୍ରତ୍ୟାଶା ବିଶ୍ଵାଳ ପଦକ ପାଇଥିଲେମହିଳା ୪୫ ବର୍ଷ ରୁ କମ ବିଭାଗରେ ଶ୍ଵେତାଲୀନା ମହାପାତ୍ର, ପ୍ରଥମ, ମନ୍ଦାକିନ ମିଶ୍ର ,ଦିତୀୟ ଏବଂ ଯୁଗ୍ମ ତୃତୀୟ ଭାବେ  ମନ୍ଦାକିନୀ ଦାଶ ଓ ସସ୍ମିତା ସାହୁ ତୃତୀୟ ସ୍ତାନ ହାସଲ କରିଥିଲେ ୪୫ ବର୍ଷ ରୁ ଅଧିକ ମହିଳା ବିଭାଗରେ ମିନା ସାହୁ , ପ୍ରଥମ , ଶର୍ମିଷ୍ଠା ସେନାପତି ଦୁତୀୟ ଏବଂ ଯୁଗ୍ମ ତୃତୀୟ ଭାବେ ରାଜଲକ୍ଷ୍ମୀ ପଣ୍ଡା ଓ ବବିତା ମହାନ୍ତି ପଦକ ହାସଲ କରିଥିଲେ

 ସ୍କୁଲ ର ପ୍ରତିଷ୍ଠାତା ଡ. ହରିପ୍ରସାଦ ପଟ୍ଟନାୟକ ଙ୍କ ପୌରହିତରେ ଏହି କାର୍ଯ୍ୟକ୍ରମ କୁ ଇ ଚିତ୍ତ ରଞ୍ଜନ ସ୍ଵାଇଁ , ଖାରବେଳ ମଲ୍ଲିକ , ମୀର ଅଜମତ ଅଲି, ଦେବାଶିଷ ଆଚାର୍ୟ, ସନ୍ତୋଷ ମହାରଣା , ଗୋରୀ ମହାନ୍ତି , ଅବିନାଶ ପୁନ୍ଦିର , ପୀୟୂଷ ମହାନ୍ତି, ଚିନ୍ମୟ ବେହେରା , ଅନୁପମା ସ୍ଵାଇଁ, ସନ୍ଦୀପ ଦାଶ , ନ୍ୟଷା ସିଂ ,  ରଜନୀ ବିଶି , ସଂଜୀବ ପୁଟେଲ ଓ ଦିପ୍ତିମୟୀ ସ୍ଵାଇଁ  ପ୍ରମୁଖ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *