ଆଗମୀ ୫ ଦିନ ଯାଏଁ କାଳବୈଶାଖୀ ଆଲର୍ଟ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ ରହିଛି କଣ ସୂଚନା?

ଆସନ୍ତାକାଲିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା। ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିବ କାଳବୈଶାଖୀ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର। ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ତେବେ କିଛି ସ୍ଥାନରେ ଝଡ଼ ପବନ ବର୍ଷା ସହ କୁଆପଥର ବର୍ଷା ନେଇ ସମ୍ଭାବନା ରହିଛି। ଆସନ୍ତାକାଲି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡି ସହ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଏପ୍ରିଲି 2 ଓ 3 ତାରିଖରେ ମଧ୍ୟ ବିଜୁଳି ଘଡ଼ଘଡି ସହ କାଳବୈଶାଖୀ ବର୍ଷା ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ହେବାନେଇ ସମ୍ଭାବନା ରହିଛି। ଏପ୍ରିଲି 4 ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ , ଖୋର୍ଦ୍ଧା ସାଙ୍ଗକୁ ମୟୁରଭଂଜ, କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡି କାଳବୈଶାଖୀ ବର୍ଷା ଦେଖିବାକୁ ମିଳିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏପ୍ରିଲି 5 ତାରିଖରେ ଉପକୂଳ ଓଡ଼ିଶା ଓ ପଶ୍ଚମି ଓଡ଼ିଶାର କିଛି ସ୍ଥାନରେ କାଁ ଭା କାଳବୈଶାଖୀ ବର୍ଷା ଦେଖିବାକୁ ମିଳିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କାଳବୈଶାଖୀ ପ୍ରଭାବରେ ତାପମାତ୍ରା 2-3 ଡିଗ୍ରୀ ଯାଏ କମିପାରେ ବୋଲି ପାଣିପାଗ ବିଭାଗ କହିଛି। ସୋମବାର ମଧ୍ୟ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଥିଲା। ସେହିପରି ଏପ୍ରିଲ 1ରେ ମଧ୍ୟ 10 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗତ କିଛି ଦିନ ହେବ ଅସହ୍ୟ ତାତି ଓ ଗୁଳିଗୁଳିରେ କଲବଲ ହେଉଥିଲା ଜନ ଜୀବନ । ମାର୍ଚ୍ଚ 28ରୁ 3 ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିଲା । ଯାହାଫଳରେ ପାଣିପାଗ ବିଭାଗ ପକ୍ଷରୁ ଏହି ୩ ଦିନ ପାଇଁ ହିଟୱେଭ୍ ସତର୍କତା ଜାରି କରାଯାଇଥିଲା ।

Leave a Reply

Your email address will not be published. Required fields are marked *