ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ ଏବଂ କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର ଙ୍କ ମିଳିତ ଆନୁକୂଲ୍ୟରେ ହାଇଟେକ ମେଡ଼ିକାଲ କଲେଜର ସହଯୋଗ ରେ ଆୟୋଜିତ ନବମ ରାଜ୍ୟ ସ୍ତରୀୟ ଦୃଷ୍ଟିହୀନ ପୁରୁଷ କ୍ରିକେଟ ପ୍ରତିଯୋଗିତାର ୩ୟ ଦିନରେ ସମସ୍ତ କ୍ବାଟର୍ ଫାଇନାଲ୍ ମ୍ୟାଚ୍ ର ପରିସମାପ୍ତି ପରେ ୪ଟି ଦଳ ସେମି ଫାଇନାଲ୍ କୁ ଉର୍ଣ୍ଣିତ ହେଇଛନ୍ତି। ଆଜିର ପ୍ରଥମ କ୍ବାଟର୍ ଫାଇନାଲ୍ ରେ ବାବା ଆଖଣ୍ଡଳମଣି କ୍ରିକେଟ କ୍ଲବ ଭଦ୍ରକ, ରାଇଜିଂ ଷ୍ଟାର କ୍ଲବ ବରଗଡ଼ କୁ ହରାଇ, ବାଲେଶ୍ବର ବ୍ଲାଇଣ୍ଡ କ୍ରିକେଟ ଦଳ, ବନଦୁର୍ଗା କ୍ରିକେଟ କ୍ଲବ କୁ ହରାଇ, କୋରାପୁଟ ଦୃଷ୍ଟିହୀନ କ୍ରିକେଟ କ୍ଲବ, ୟଂ ଷ୍ଟାର ଅନୁଗୁଳ କ୍ରିକେଟ ଦଳ କୁ ହରାଇ ଏବଂ ମାରଙ୍ଗବୁରୁ ଦୃଷ୍ଟିହୀନ କ୍ରିକେଟ କ୍ଲବ, ମୟୁରଭଞ୍ଜ ୟୁନିକ୍ ଇଲେଭେନ୍ ଦୃଷ୍ଟିହୀନ କ୍ରିକେଟ ଦଳକୁ ହରାଇ ସେମି ଫାଇନାଲ୍ ରେ ପ୍ରବେଶ କରିଛନ୍ତି।ଆସନ୍ତାକାଲି ସେମି ଫାଇନାଲ୍ ରେ ପ୍ରଥମ ମ୍ୟାଚ୍ ବାବା ଆଖଣ୍ଡଳମଣି କ୍ରିକେଟ କ୍ଲବ ଭଦ୍ରକ ଓ ମାରଙ୍ଗବୁରୁ ଦୃଷ୍ଟିହୀନ କ୍ରିକେଟ କ୍ଲବ, ମୟୁରଭଞ୍ଜ ଏବଂ ଦ୍ୱିତୀୟ ମ୍ୟାଚ୍ ବାଲେଶ୍ବର ବ୍ଲାଇଣ୍ଡ କ୍ରିକେଟ ଦଳ ଓ କୋରାପୁଟ ଦୃଷ୍ଟିହୀନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ।
ଆଜିର ଅନୁଷ୍ଠିତ ପୁରସ୍କାର ବିତରଣି ସମାରୋହରେ ଅଧିକାର ମାଇକ୍ରୋ ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ ର ଅଧ୍ୟକ୍ଷ ଶ୍ରୀ ନୁରୁଦିନ୍ ଅମିନ୍ ମୁଖ୍ୟ ଅତିଥି ଏବଂ ଶ୍ରୀମତୀ ପ୍ରଜ୍ଞା ପରାମିତା ବେହେରା, ସମାଜ ସେବୀ ତଥା ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ ର ବୋଡ଼୍ ମେମ୍ବର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ।