କମ୍ପିଲା କଳିଙ୍ଗ: ଉଦଘାଟନୀ ମ୍ୟାଚରେ ଶକ୍ତିଶାଳୀ ସ୍ପେନକୁ 4-1 ଗୋଲରେ ପରାସ୍ତ କଲା ଭାରତ

FIH ପ୍ରୋ ଲିଗରେ ଭାରତର ବିଜୟ ଅଭିଯାନ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳଯାଇଥିବା ହକି ପ୍ରୋ ଲିଗର ଉଦଘାଟନୀ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ସ୍ପେନକୁ 4-1 ଗୋଲରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ଭାରତ ଆରମ୍ଭରୁ ହିଁ ଆକ୍ରାମଣତ୍ମକ ଖେଳ ଖେଳିଥିଲା।  ହରମନପ୍ରୀତ ସିଂ ମ୍ୟାଚର 7 ଓ 20 ମିନିଟରେ ଦୁଇଟି ଗୋଲ୍ କରିଥିବା ବେଳେ ଯୁଗରାଜ ସିଂ 24  ମିନିଟ ଏବଂ ଲଲିତ ଉପାଧ୍ୟାୟ 50 ମିନିଟରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଭାରତକୁ ପ୍ରଥମ ମ୍ୟାଚରେ ବଡ଼ ବିଜୟ ଭେଟି ଦେଇଥିଲେ। ସ୍ପେନୀୟ କ୍ୟାପଟେନ ମାର୍କ ମିରାଲ୍ସ ମ୍ୟାଚର 34 ମିନିଟରେ ଏକମାତ୍ର ଗୋଲ ସ୍କୋର କରିଥିଲେ।This image has an empty alt attribute; its file name is 426920311_766093158881838_8076852344747681252_n-1024x684.jpg

ମ୍ୟାଚରେ 2ଟି ଗୋଲ ସ୍କୋର କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ହରମନପ୍ରୀତ ସିଂକୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ହକି ଷ୍ଟାଡିୟମରେ ଭାରତ ଏବଂ ସ୍ପେନ୍ ମଧ୍ୟରେ ଖେଳାଯାଇଥିବା ପୁରୁଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଉଭୟ ଦଳଙ୍କୁ ଶୁଭେଚ୍ଛା ଜଣାଇଥିଲେ।  ଏହାସହ ମୁଖ୍ୟମନ୍ତ୍ରୀ କିଛି ସମୟ ଖେଳର ମଜା ମଧ୍ୟ ନେଇଥିଲେ। ଏହି ଅବସରରେ ମୁଖ୍ୟମମନ୍ତ୍ରୀଙ୍କ ସହ ହକି ଇଣ୍ଡିଆର ସଭାପିତ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମଧ୍ୟ ଉପସ୍ଥିତ ଥିଲେ। ଫେବୃଆରୀ 11 ରବିବାର ଦିନ ଭାରତ ଦ୍ୱିତୀୟ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ସ ନେଦରଲ୍ୟାଣ୍ଡ୍ସକୁ ଭେଟିବ।

Leave a Reply

Your email address will not be published. Required fields are marked *