ରବିବାର ଚଳିତ ବିଶ୍ୱକପର ମହାମୁକାବିଲା। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଗ୍ରାଣ୍ଡ ଫିନାଲେ। ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ। ରବିବାର ଅପରାହ୍ନ ୨ଟାରେ ଦୁଇ ଦଳଙ୍କ ମଧ୍ୟରେ ହେବ ଟ୍ରଫି ପାଇଁ ଟକ୍କର। ସେପଟେ ଏହି ଟୁର୍ନାମେଣ୍ଟର ପୁରସ୍କାର ରାଶି ପାଇଁ ଆଇସିସି ମୋଟ୍ ୧୦ ମିଲିୟନ ଡଲାର୍ ଅର୍ଥାତ ୮୨ କୋଟି ୯୩ ଲକ୍ଷ ଟଙ୍କା ଘୋଷଣା କରିଛି। ଏଥିରୁ ୬୦ ଲକ୍ଷ ଡଲାର ତ କେବଳ ଫାଇନାଲ ଖେଳିଥିବା ଦୁଇ ଦଳ ନେଇଯିବେ। ଏହି ଟୁର୍ନାମେଣ୍ଟର ପରାସ୍ତ ଦଳକୁ ମଧ୍ୟ ଟଙ୍କା ବର୍ଷା ହେବ। ଗ୍ରୁପ ପର୍ଯ୍ୟାୟରେ ପ୍ରତ୍ୟେକ ବିଜୟ ପାଇଁ ୪୦ ହଜାର ଡଲାର ଅର୍ଥାତ ପ୍ରାୟ ୩୩.୧୭ ଲକ୍ଷ ଟଙ୍କା ଦିଆଯିବ। ଯଦି କୌଣସି ଦଳ ଏହି ପ୍ରତିଯୋଗିତରେ ୧୦ ଟି ମ୍ୟାଚ ଜିତିଥାଏ, ତେବେ ସେହି ଦଳକୁ ୩,୩୧ କୋଟି ଟଙ୍କା ଅଲଗା ଦିଆଯିବ । ଏଥି ସହିତ ସେମି ଖେଳିପାରିନଥିବା ୬ ଟି ଦଳକୁ ୧ ଲକ୍ଷ ଡଲାର ଅର୍ଥାତ ପ୍ରାୟ ୮୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ସେମିଫାଇନାଲରେ ହାରିଥିବା ଦଳ ଯଥା ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡକୁ ପ୍ରତ୍ୟେକଙ୍କୁ ୮ ଲକ୍ଷ ଡଲାର ଅର୍ଥାତ ପ୍ରାୟ ୬.୬୩ କୋଟି ଟଙ୍କା ପ୍ରଦାନ କରାଯିବ। ଫାଇନାଲରେ ଉପବିଜେତା ଦଳ ଉପରେ ତ ଟଙ୍କା ବର୍ଷା କରାଯିବ । ଉପବିଜେତା ଦଳକୁ ୨୦ ଲକ୍ଷ ଡଲାର୍ ଅର୍ଥାତ ୧୬.୫୮କୋଟି ଟଙ୍କା ଦିଆଯିବ। ବିଜେତା ଦଳକୁ ଆଇସିସି ଦ୍ୱାରା ୪୦ ଲକ୍ଷ ଡଲାର ଅର୍ଥାତ ମୋଟ ୩୩.୧୭ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। । ବିଜେତା ଏବଂ ଉପବିଜେତା ଦଳ ମଧ୍ୟ ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ଅଲଗା ରାଶି ପାଇବେ। ଯଦି ଭାରତ ବିଶ୍ୱ ଚାମ୍ପିଅନ ହୁଏ, ତେବେ ୩୩.୧୭ କୋଟି ଟଙ୍କା ପୁରସ୍କାର ରାଶି ସହିତ ୧୧ ଟି ମ୍ୟାଚ ଜିତିବା ପାଇଁ ପାଖାପାଖି ୪କୋଟି ଟଙ୍କା ଅଧିକ ପାଇବ। ଭାରତ ଯଦି ଚାମ୍ପିୟନ ହେଉଛି ତାହାଲେ ଅନ୍ୟ ସବୁ ପୁରସ୍କାରକୁ ମିଶାଇଲେ ମୋଟ ୩୮ କୋଟିରୁ ୪୦ କୋଟି ଟଙ୍କା ପାଇବ। ୨୦୧୧ ବିଶ୍ୱକପର ପୁରସ୍କାର ରାଶି ଠାରୁ ଏଥର ବହୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ୨୦୧୧ ବିଶ୍ୱକପରେ ମୋଟ ପୁରସ୍କାର ରାଶି ୮ ମିଲିୟନ ଆମେରିକୀୟ ଡଲାର ବା ୬୬ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା । ଏହି କ୍ରମରେ ଭାରତୀୟ ଟିମକୁ ୨୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିଭଳି ଉପବିଜେତା ଶ୍ରୀଲଙ୍କାକୁ ୧୨.୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।