ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି କ୍ରିକେଟ ଦୁନିଆରୁ ସନ୍ୟାସ ଗ୍ରହଣ କରିଛନ୍ତି ଅମ୍ବତି ରାୟୁଡୁ। ଟିମ୍ ଇଣ୍ଡିଆର ବ୍ୟାଟସ୍ମ୍ୟାନ୍ ଅମ୍ବାତି ରାୟୁଡୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତାଙ୍କୁ ବିଶ୍ୱକପ୍ ସ୍କ୍ୱାଡ୍ରେ ସାମିଲ କରା ନ ଯିବାରୁ ସେ ଏଭଳି ଅବସର ଘୋଷଣା କରିଥିବା କୁହାଯାଉଛି। ବିଶ୍ୱକପ ପାଇଁ ୧୫ ଜଣିଆ ଦଳରେ ସ୍ଥାନ ନ ମିଳିବା ଘଟଣା ତାଙ୍କୁ ମର୍ମାହତ କରିଥିଲା। ହେଲେ ଯେତେବେଳେ ଆହତ କାରଣରୁ ଶିଖର ଓ ବିଜୟ ଶଙ୍କର ଦଳରୁ ବାଦ ପଡିଲେ ସେତେବେଳେ ଆଶା ଜରାଯାଉଥିଲା ରାୟୁଡୁଙ୍କୁ ସ୍ଥାନ ମିଳିବ। କିନ୍ତୁ ସେଭଳି କିଛି ହେଲାନାହିଁ, ଏହି ଦୁଇଜଣଙ୍କ ସ୍ଥାନରେ ପନ୍ଥ ଓ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ୱକପ ଟିମରେ ସ୍ଥାନ ମିଳିଲା। ଯାହା ରାୟୁଡୁଙ୍କୁ ମର୍ମାହତ କରିଥିବା କୁହାଯାଉଛି।