ନବୀନ ନିବାସରେ ଏହି ବ୍ୟକ୍ତିଙ୍କୁ ଭେଟିବାକୁ ଲାଗୁଛି ନେତା ମନ୍ତ୍ରୀଙ୍କ ଲାଇନ୍

ନବୀନ ନିବାସରେ ଏବେ ନେତା ମନ୍ତ୍ରୀଙ୍କ ଲାଇନ୍। ମୁଖ୍ୟମନ୍ତ୍ରୀଙ୍କୁ ନୁହେଁ, ନିକଟରେ ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଦାୟିତ୍ଵ ନେଇଥିବା ଭି କେ ପାଣ୍ଡିଆନକୁ ଭେଟିବାକୁ ଲାଗୁଛି ଭିଡ, ଛୁଟୁଛି ଶୁଭେଛାର ସୁଅ। ଆଜି ବିଭିନ୍ନ ସଂଗଠନ, ବିଜୁ ଛାତ୍ର ଓ ଯୁବ ସଂଗଠନ ଏବଂ ବିଜେଡ଼ିର ନେତାମାନେ ନବୀନ ନିବାସରେ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ପାଣ୍ଡିଆନ ନିଶ୍ଚୟ ପୁରଣ କରିପାରିବେ ବୋଲି ଅନେକ ଆଶାବ୍ୟକ୍ତ କରିଛନ୍ତି। ଫାଇଭ-ଟି ଓ ନବୀନ ଓଡିଶା ଅଧକ୍ଷ ନୂଆ ଓଡିଶା ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ନୂଆ ଓଡିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ସମସ୍ତେ ହାତ ମିଶାଇ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏକ ରୂପାନ୍ତରିତ ଓଡ଼ିଶା ଗଠନରେ ନବୀନଙ୍କ ଅଭିଯାନର ମଙ୍ଗୁଆଳ ସାଜିଥିବାରୁ ସବୁ ସଂଗଠନର କର୍ମକର୍ତ୍ତା ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜି ଭେଟିଥିବା ସଂଗଠନଗୁଡିକୁ ଏକ ସଶକ୍ତ ଓଡ଼ିଶା ଗଠନର ସହଯୋଗୀ ସାଜିବାକୁ ପାଣ୍ଡିଆନ ଆହ୍ୱାନ ଦେଇଥିଲେ । ଆଜି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ଟ୍ରାନସଜେଣ୍ଡ ସଙ୍ଘ ଶାଖାର ଉପଦେଷ୍ଟା ମୀରା ପରିଡା ଓ କର୍ମକର୍ତ୍ତା, ଓଡିଶା ଶିଶୁ ସୁରକ୍ଷା ଅଧିକାରୀ ସଙ୍ଘ, ନୂଆଦିଲ୍ଲୀର ଓଡ଼ିଆ ମହାମଞ୍ଚ, ରାଜ୍ୟ ବିଡ଼ିଓ ସଙ୍ଘ, ପଞ୍ଜାବୀ ଗ୍ଲୋବାଲ ଫାଉଣ୍ଡେସନ, ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ବିଜୁ ଯୁବ ଜନତା ଦଳ ଓ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ଭେଟିଥିଲେ।

https://fb.watch/o3AFMJRK5D/?mibextid=2JQ9oc

https://fb.watch/o3xf_ND9qz/

Leave a Reply

Your email address will not be published. Required fields are marked *