ବୁଧବାର ଠାରୁ ଆରମ୍ଭ ହୋଇଛି ଯୁକ୍ତଦୁଇ ଆଡମିଶନର ପର୍ଯ୍ୟାୟ । ପ୍ରଥମ ପର୍ଯ୍ୟାୟ ସିଲେକସନରେ ଆସିଥିବା କଲେଜ ଗୁଡିକରେ ଛାତ୍ରଛାତ୍ରୀମାନେ ଆଡମିଶନ କରିଛନ୍ତି । ୬ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ଆଡମିଶନ ହେବାକୁ ଥିବାବେଳେ ପ୍ରଥମ ଦିନରେ କିନ୍ତୁ ବିଭିନ୍ନ କଲେଜରେ ଛାତ୍ରଛାତ୍ରୀଙ୍କ ଗହଳି ଦେଖିବାକୁ ମିଳିଥିଲା । ଏହି ସମୟରେ କିନ୍ତୁ ଅନେକ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆସିଛି। ମାଇଗ୍ରେସନ ସାର୍ଟିଫିକେଟ ନଥିଲେ ଆଡ଼ମିଶନ ହୋଇପାରିବାନି ବୋଲି ବିଭିନ୍ନ କଲେଜର କର୍ତ୍ତୃପକ୍ଷ ଖୋଲାଖୋଲି କହୁଛନ୍ତି। ବିଶେଷ କରି ସିବିଏସଇ ସ୍କୁଲ ଗୁଡିକ ମାଇଗ୍ରେସନ ସାର୍ଟିଫିକେଟ ଦେବାରେ ବିଳମ୍ବ କରୁଥିବାରୁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯେଉଁଥିପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଟାଣିହୋଇଯାଇଛି।