ସମଗ୍ର ଦେଶରେ ପ୍ରଥମକରି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ହେଲା ଏହି ସୁବିଧା

ଭୁବନେଶ୍ଵର ଆନ୍ତର୍ଜାତିକ ବିମାନବନ୍ଦର ପରିସରରେ ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର ଉଦଘାଟିତ। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର ଏହାକୁ ଉଦଘାଟନ କରିଛନ୍ତି । ପୂର୍ବରୁ ଭୁବନେଶ୍ଵର ଆନ୍ତର୍ଜାତିକ ବିମାନବନ୍ଦର ପୁରୁଣା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଜରିଆରେ କାମ ଚାଲିଥିଲା। ଆଜି ସମ୍ପୂର୍ଣ୍ଣ ଭାବେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସର୍ଭିସ କମ୍ପ୍ଲେକ୍ସର ଉଦଘାଟନ ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ମିଳିତ ଉଦ୍ୟମରେ ଏହାର ନିର୍ମାଣ କରାଯାଇଛି। ଏହି ଟାୱାରରେ ଟ୍ରାଫିକ କଣ୍ଟ୍ରୋଲ, ଟ୍ରାଫିକ ମ୍ୟାନେଜମେଣ୍ଟ ଓ ଏରିଆ କଣ୍ଟ୍ରୋଲ ବ୍ୟବସ୍ଥା ଗୁଡିକୁ ବ୍ୟାପକ କରାଯାଇ ପାରିବ। ସମଗ୍ର ଦେଶରେ ପ୍ରଥମକରି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏଭଳି ଅତ୍ୟାଧୁନିକ ଡିଜିଟାଲ ଟାୱାର ନିର୍ମାଣ କରାଯାଇଛି।

now look Bhubaneswar airport

One thought on “ସମଗ୍ର ଦେଶରେ ପ୍ରଥମକରି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ହେଲା ଏହି ସୁବିଧା

Leave a Reply

Your email address will not be published. Required fields are marked *