୧୮ରେ ମାଟ୍ରିକ ପରୀକ୍ଷା ଫଳ: ଜାଣନ୍ତୁ କେତେବେଳେ ଆଉ କେମିତି ଜାଣିବେ?

ମେ’ ୧୮ ତାରିଖ ସକାଳ ୧୦ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ।  ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରେସ ମିଟ୍ ମାଧ୍ୟମରେ ଏହି ଘୋଷଣା କରାଯାଇଛି। ଏହାସହ ୧୮ ତାରିଖରେ ଷ୍ଟେଟ ଓପନ୍‌ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ।   ୱେବସାଇଟକୁ ଯାଇ କିମ୍ବା ଏସଏମଏସ୍ କରି ପରୀକ୍ଷା ଫଳ ଜାଣିହେବ । ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍ ବିଏସଇ ଓଡ଼ିଶା ଡଟ୍ ଏସି ଡଟ୍ ଇନ୍ ୱେବସାଇଟରେ ପରୀକ୍ଷା ଫଳ ଜାଣିହେବ । ଏସଏମଏସ୍ ପାଇଁ ଓଆର୧୦ ଲେଖି ସ୍ପେସ୍ ଦେଇ ରୋଲ୍ ନମ୍ବର ଦେବାକୁ ପଡ଼ିବ । ଏହା ପରେ ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ମିଳିପାରିବ । ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା  ହୋଇଥିଲା। ଯେଉଁଥିରେ ୩୨୧୮ଟି କେନ୍ଦ୍ରରେ ୫ ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ।  ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା ।

Leave a Reply

Your email address will not be published. Required fields are marked *