ଜାଣନ୍ତୁ କେବେ ସ୍ଥଳଭାଗ ଛୁଇଁବ ବାତ୍ୟା, କେତୋଟି NDRF ଓ ODRAF ଟିମ ହୋଇଛନ୍ତି ନିଯୁକ୍ତ?

ଆସୁଛି ବାତ୍ୟା,୯ ତାରିଖରେ ବାତ୍ୟା ସମୁଦ୍ର ମଧ୍ୟରେ ସକ୍ରିୟ ହେବ, ତେବେ ବତ୍ୟା ୧୨ ତାରିଖରେ ସ୍ଥଳଭାଗ ଛୁଁଇବା ନେଇ ପୂର୍ବାନୁମାନ କରାଯାଉଛି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଓଡ଼ିଶାରେ ବାତ୍ୟା ହେବ କି ନାହିଁ ସେନେଇ ସ୍ପଷ୍ଟ ଚିତ୍ର ଆସିନାହିଁ। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଜଣାପଡିବ ଏହାର ଗତିପଥ ଓ ତୀବ୍ରତା। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ନିକଟସ୍ଥ ଅଞ୍ଚଳରେ ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୭ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ୮ତାରିଖ ବେଳକୁ ଏହା ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଯାହା ବାତ୍ୟାର ରୂପ ନେବ । ତେବେ ବର୍ତମାନର ଆକଳନ ଅନୁସାରେ ବାତ୍ୟାର ଗତିପଥ କେନ୍ଦ୍ରୀୟ ବଙ୍ଗୋପସାଗର ଦିଗରେ ଗତି କରି ମିଆଁମାର ଆଡକୁ ଯିବାର ସମ୍ଭାବନା ରହିଥିବା କୁହାଯାଉଛି। ସେପଟେ ପାଣିପାଗ ବିଶେଷଜ୍ଞ ସରତ ସାହୁଙ୍କ ମତରେ ବାତ୍ୟା ୧୧ ତରିଖ ଯାଏଁ ସମୁଦ୍ର ମଧ୍ୟରେ ରହିବ । ସମୁଦ୍ରରେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୨୦୦ କିମି ରହିବା ସମ୍ଭାବନା ରହିଛି । ବର୍ତ୍ତମାନ ଆକଳନ ଅନୁସାରେ ଓଡ଼ିଶା ପାଇଁ ବାତ୍ୟା ଓ୍ୱାର୍ଣ୍ଣି କିଛି ନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା, ଗତିପଥ ସଂପର୍କରେ ଜଣାପଡିବ । ବାତ୍ୟାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତାକାଲି ଠାରୁ ବଢିବ ତାପମାତ୍ରା। ୭ ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ।

ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଲଗାତର ଭାବେ ମେ’ ମାସରେ ବାତ୍ୟା ଆସୁଛି । ତେଣୁ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରାଯାଉଛି। ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଜିଲ୍ଲପାଳଙ୍କୁ ଆଲର୍ଟ ରଖାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ଅଫିସ ଓ ରାଜ୍ୟସ୍ତରରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ନେଇ ସରକାର ସଜାଗ, ଷ୍ଟାଣ୍ଡବାଏରେ ରହିଛନ୍ତି ୧୭ଟି NDRF, ୨୦ ODRAF ଓ ଅଗ୍ନିଶମ ବାହିନୀ। ଉପକୂଳ ଓ ତଳୁଆ ଅଞ୍ଚଳରେ ଅସୁରକ୍ଷିତ ସ୍ଥାନରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ କୁହାଯାଇଛି।

Leave a Reply

Your email address will not be published. Required fields are marked *