ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବା ଇଣ୍ଡିଅନ୍ ଗ୍ରାଁ ପ୍ରି-୪। ଶନିବାର ଇଣ୍ଡିଆନ୍ ଗ୍ରାଁ ପ୍ରି-୩ ଶେଷ ହୋଇଥିଲା ବେଳେ ଆଜି ଗ୍ରାଁ ପ୍ରି-୪ ଖେଳାଯିବ। ଉଭୟ ପୁରୁଷ ଓ ମହିଳାରେ ୧୭ଟି ଇଭେଣ୍ଟରେ ମୋଟ 160 ଜଣ ପ୍ରତିଯୋଗୀ ଅଶଂଗ୍ରହଣ କରିବେ। ଓଡ଼ିଶାରୁ ୧୯ ଜଣ ଆଥ୍ଲେଟ୍ ଭାଗନେବେ। ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ, ଜାତୀୟ କୀର୍ତ୍ତିମାନଧାରୀ ଅମିୟ ମଲ୍ଲିକ ଏବଂ ଗ୍ରା ପ୍ରି-୩ର ୨୦୦ ମିଟରର ଦ୍ବିତୀୟ ସ୍ଥାନରେ ଥିବା ଆର୍ଯ୍ୟନ ଏକ୍କାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଶ୍ରାବଣୀ, ଅମିୟ ଓ ଆର୍ଯ୍ୟନ ୧୦୦ ମିଟର ରେସ୍ରେ ଭାଗନେବେ। ମାଷ୍ଟର୍ସ ଦୌଡ଼କୁଦରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସୁଥିବା ୪୨ ବର୍ଷିୟା ଡିସ୍କସ୍ ଫିଙ୍ଗାଳି ପାର୍ବତୀ ସେଠୀ ମଧ୍ୟ ଚର୍ଚ୍ଚାରେ ରହିବେ। ଆଜି ଅପରାହ୍ନ ୫ଟାରୁ ଏହି ପ୍ରିତିଯୋଗିତା ଖେଳାଯିବ…