ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ। ରୋହିତ ଶର୍ମା ଦଳକୁ ଫେରିଛନ୍ତି। ସେ ଉଭୟ ଦିନିକିଆ ଏବଂ ଟି-୨୦ ସିରିଜ୍ରେ ଦଳର ନେତୃତ୍ଵ ନେବେ। କେଏଲ ରାହୁଲ ଉପ ଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ସେପଟେ ସ୍ପିନର କୁଲଦୀପ ଯାଦବ ଦୀର୍ଘ ଦିନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିସହ ଯୁବ ସ୍ପିନ ବୋଲର ରବି ବିଶ୍ନୋଇଙ୍କୁ ଟି-୨୦ ଏବଂ ଦିନିକିଆ ସିରିଜ୍ ପାଇଁ ନୂଆ ମୂହଁ ଭାବେ ଦଳରେ ସାମିଲ୍ କରାଯାଇଛି। ଦୀପକ ହୁଡ୍ଡାଙ୍କୁ ଦଳରେ ସାମିଲ୍ କରାଯାଇଛି।
ଯଶପ୍ରୀତ ବୁମରା ଏବଂ ମହମ୍ମଦ ଶାମିଙ୍କୁ ଉଭୟ ଦିନିକିଆ ଏବଂ ଟି-୨୦ ସିରିଜ୍ରୁ ବିଶ୍ରାମ ଦିଆଯାଇଛି। ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଉଭୟ ଦିନିକିଆ ଏବଂ ଟି-୨୦ ଦଳରୁ ବାଦ୍ ଦିଆଯାଇଛି। ଭୁବନେଶ୍ଵର କୁମାରଙ୍କୁ ଦିନିକିଆ ଦଳରୁ ବାଦ୍ ଦିଆଯାଇଥିବା ବେଳେ ଟି-୨୦ ଦଳରେ ସାମିଲ୍ କରାଯାଇଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଶ୍ରୀଲଙ୍କା ସିରିଜ୍ରେ ଦଳରେ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।