ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାରେ ଏବେବି ପ୍ରକୃତ ରହସ୍ୟ ଅଛପା ହୋଇ ରହିଛି। କିଏ ମାରିଲା ଏସିଏଫ୍ ସୌମ୍ୟରଂଜନଙ୍କୁ, ନାଁ ସେ ନିଜେ ଆତ୍ମହତ୍ୟା କରିଛନ୍ତି, ଏସବୁ ଗୁମର ହୋଇ ରହିଛି। ତେବେ ଏହାରି ଭିତରେ ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ୍। ତାଙ୍କୁ କ୍ରାଇମ୍ ବ୍ରାଞ୍ଚର ଟିମ୍ ଜେରା କରିବ ବୋଲି କ୍ରାଇମ୍ ବ୍ରାଞ୍ଚ୍ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ଏହି ମାମଲାର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ଦିଆଯିବା ପରେ ଏହାର ତଦନ୍ତକାରୀ ଅଧିକାରୀମାନେ ଯାଇ ଘଟଣାସ୍ଥଳରେ ତଦନ୍ତ କରିବା ସହ ଡିଏଫ୍, ଓଆଇସି ମମତା ପଣ୍ଡା, ରୋଷେୟା ସହ ଅନ୍ୟମାନଙ୍କୁ ଜେରା କରିଛନ୍ତି। ସେହିପରି ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯିବ। ଅଭିଯୋଗ ମୃତ ସୌମ୍ୟଙ୍କ ପରିବାର ଲୋକ ଏଥିରେ ଡିଏଫ୍ ଓ ସହ ଅନ୍ୟମାନଙ୍କର ସମ୍ପୃକ୍ତି ଥିବା କଥା ଅଭିଯୋଗ କରିଥିଲେ। ଯାହାକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାପଡ଼ିଛି। ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ଏକମାସରୁ ଅଧିକ ଦିନ ବିତିଗଲାଣି । କିନ୍ତୁ ଏବେ ଯାଏଁ ମୃତ୍ୟୁ ପଛର ରହସ୍ୟକୁ ଉନ୍ମୋଚନ ହୋଇପାରିନାହିଁ। ମାମଲାର ତଦନ୍ତ ଭାର ପ୍ରଥମେ ଗଜପତି ପୋଲିସ ଆଉ ପରେ କ୍ରାଇମ୍ବ୍ରାଞ୍ଚକୁ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ସୁଦ୍ଧା କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ପ୍ରାୟ ୧୪ଜଣଙ୍କୁ ଜେରା କରିସାରିଛି । ଏମାନଙ୍କ ମଧ୍ୟରେ ଡିଏଫଓ, ରୋଷେୟା ଆଦି ଅନେକଙ୍କୁ ଜେରା ହୋଇସାରିଛି । ଆଉ ଏବେ ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ।