ଢେଙ୍କାନାଳ ଯୋଡ଼ା ଶିଶୁ କନ୍ୟାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ୭ଜଣିଆ ଟିମ୍ ଗଠନ କରାଯାଇଥିବା ଶିଶୁଭବନ ଅଧିକ୍ଷକ ସରୋଜ ଶତପଥୀ ସୂଚନା ଦେଇଛନ୍ତି । ଏବେବି ଶିଶୁ ଦୁଇ ଜଣଙ୍କ ସ୍ଥିତି ଗୁରୁତର ଅଛି । ନୟାଗଡ଼ ଅଞ୍ଚଳରୁ ପୂର୍ବରୁ ଏହିଭଳି ଯୋଡ଼ା ଶିଶୁ କନ୍ୟା ଆସିଥିଲେ। ତେବେ କିଛି ଦିନ ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାଟି ସମାନ ଥିବାରୁ ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ସନ୍ଦେହ ସୃଷ୍ଟି ହୋଇଛି । ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଏକ ଯୋଡା ଶିଶୁ କନ୍ୟା ଜନ୍ମ ହୋଇଛନ୍ତି। ପରଜଙ୍ଗ ଅଞ୍ଚଳର ଜଣେ ମହିଳା ଏହି ଯୋଡା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ନବଜନ୍ମିତ ଦୁଇ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏ ଯୋଡିହୋଇ ରହିଛି। ଶିଶୁ କନ୍ୟା ଦୁହିଁଙ୍କ ଅବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ଯୋଡା ମୁଣ୍ଡ ଶିଶୁ ଜଗା,ବଳିଆ ଚର୍ଚ୍ଚାରେ ରହିଥିଲେ। ଦିଲ୍ଲୀ ଏମ୍ସରେ ଉଭୟଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି।