ଇଂଲଣ୍ଡ ଗସ୍ତରେ ଥିବା ଜଣେ ଭାରତୀୟ କ୍ରିକେଟର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଖେଳାଳି ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ସେହି ଖେଳାଳିଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ଖେଳାଳି ବି ହୋମ୍ ଆଇସୋଲେସନରେ ରହିଥିବା ସୂଚନା ରହିଛି। ତିନି ଦିନିଆ ହୋମ୍ ଆଇସୋଲେଶନ ଶେଷ କରିବା ପରେ ସେମାନଙ୍କର କୋଭିଡ ପରୀକ୍ଷା ହେବ। ଯଦି ରିପୋର୍ଟ ନେଗେଟିଭ୍ ରହିବ ତାହେଲେ ପ୍ରାକ୍ଟିସ କରିବାକୁ ଅନୁମତି ମିଳିବ। ତେବେ କରୋନାରେ ସଂକ୍ରମିତ ହୋଇଥିବା ଖେଳାଳିଙ୍କ ନାଁ ଜଣାପଡ଼ିନାହିଁ। ବିସିସିଆଇର ସେକ୍ରେଟାରୀ ଜୟ ଶାହ ଏକ ଇ-ମେଲ ମାଧ୍ୟମରେ ଜନ ଗହଳି ସ୍ଥାନକୁ ନଯିବାକୁ ସମସ୍ତ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି। ଅଗଷ୍ଟ ୪ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ମୋଟ୍ ୫ଟି ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳାଯିବ। ଏହାପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ଟିମ୍ର ୨ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଫଳରେ ଭାରତ-ଶ୍ରୀଲଙ୍କା ସୀମିତ ଓଭର ସିରିଜ ୧୩ ବଦଳରେ ଜୁଲାଇ ୧୮କୁ ସିଫ୍ଟ୍ ହୋଇଥିଲା ।