ଯାତ୍ରାପ୍ରେମୀ ଦର୍ଶକ ଓ କଳାକାରଙ୍କୁ ବଡ଼ ଝଟକା, ଏଥର ହେବନି ଖଣ୍ଡଗିରି ଯାତ୍ରା

ଚଳିତ ବର୍ଷ ଭୁବନେଶ୍ୱର ଖଣ୍ଡଗିରିରେ ଶୁଭିବନି ଆଉ ଯାତ୍ରା କଳାକାରଙ୍କ ଡାଇଲଗ୍। ଦୁଲୁକିବନି ମଞ୍ଚ। ଦେଖିବାକୁ ମିଳିବନି ଦୋକାନ ବଜାର କି ମୀନାବଜାର। କେବଳ ପରମ୍ପରାକୁ ନେଇ ପାଳନ ହେବ ମେଳା। ଏଥର କୌଣସି ଯାତ୍ରା କିମ୍ବା ଷ୍ଟଲ ପଡିବ ନାହିଁ । କୋଭିଡ୍ ଗାଇଡଲାଇନକୁ ଦୃଷ୍ଟିରେ ରଖି କେବଳ ପରମ୍ପରା ପାଳନ ହେବ ବୋଲି BMC  ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି। ଖଣ୍ଡଗିରି ମେଳା ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ,‌ କୋଭିଡ-୧୯ ମହାମାରୀ ଯୋଗୁଁ ଚଳିତ ବର୍ଷ ମେଳା ଉପରେ କଟକଣା ଲାଗୁ କରାଯାଇଛି। କିନ୍ତୁ କୋଭିଡ-୧୯ କଟକଣା ସହିତ ପରଂପରା ପାଳନ ହେବ। ତେଣୁ ଖଣ୍ଡଗିରି ମେଳାରେ ଷ୍ଟଲ ଲାଗିବ ନାହିଁ ଓ ଯାତ୍ରା ପଡ଼ିବ ନାହିଁ। ଯାତ୍ରା ପାର୍ଟି ଓ କମିଟି ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଖଣ୍ଡଗିରି ପାଦଦେଶରେ ବହୁ ବର୍ଷରୁ ପାରଂପରିକ ମାଘ ସପ୍ତମୀ ମେଳାର ଆୟୋଜନ ହୋଇଆସୁଛି।  ୧୨ ଦିବସୀୟ ଏହି ମେଳାରେ ଅନେକ ଦୋକାନ ବଜାର ପଡିଥାଏ। ଯାତ୍ରା କଳାକାରମାନେ ରଂଗମଂଚରେ ନାଟକ ଅଭିନୟ କରିଥାନ୍ତି। ସେହିପରି ମୀନାବଜାର ମଧ୍ୟ ବସିଥାଏ। ପାହାଡ଼ ଉ‌ପରେ ସାଧୁସନ୍ଥଙ୍କ ସମାଗମ ହୋଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ବିଏମ୍‌ସି ଏଥର  ଅନୁମତି ପ୍ରଦାନ କରିନାହିଁ।

Leave a Reply

Your email address will not be published. Required fields are marked *