ସିଡନୀ ଟେଷ୍ଟରେ ବର୍ଷା ସାଜିଛି ବାଧକ, ଭାରତକୁ ପ୍ରାରମ୍ଭିକ ସଫଳତା ଦେଲେ ଏହି ବୋଲର୍…

ସିଡନୀରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟରେ ବର୍ଷା ବାଧକ ସାଜିଛି। ବର୍ଷା ଫଳରେ ଆଜି ଲଞ୍ଚ ବ୍ରେକ୍ ପର୍ଯ୍ୟନ୍ତ ମାତ୍ର 7.1 ଓଭର ଖେଳାଯାଇପାରିଛି। ଖେଳ ବନ୍ଦ ହେବା ପୂର୍ବରୁ ଅଷ୍ଟ୍ରେଲିଆ 1 ୱିକେଟ ବିନିମୟରେ 21 ରନ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମେ ଟିସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଡେବିଡ୍ ୱାର୍ଣ୍ଣରଙ୍କୁ ଭାରତୀୟ ବୋଲର ମହମ୍ମଦ ସିରାଜ ଆଉଟ୍ କରି ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଦେଇଥିଲେ। ଗତକାଲି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ବିସିସିଆଇ ଚୂଡ଼ାନ୍ତ ଏକାଦଶ ନାଁ ଘୋଷଣା  କରିଥିଲା। ଫର୍ମରେ ନଥିବା ଓପନର ମୟଙ୍କ ଅଗ୍ରଓ୍ୱାଲଙ୍କୁ ଦଳରୁ ବାଦ୍ ଦେଇ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଟିମରେ ସାମିଲ କରାଯାଇଥିଲା।ସେହିପରି ନବଦୀପ ସୈନୀଙ୍କୁ ଆହତ ଉମେଶ ଯାଦବଙ୍କ ସ୍ଥାନରେ ସାମିଲ କରାଯାଇଥିଲା। 4ଟିକିଆ ଟେଷ୍ଟ ସିରିଜରେ ପୂର୍ବୂରୁ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସିରିଜ ବରାବର କରିଥିବା ବେଳେ ଏହି ମ୍ୟାଚକୁ ଜିତି ସିରିଜରେ ଆଗ୍ରଣୀ ଲାଭ କରିବାକୁ ଉଭୟ ଟିମ୍ ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *