ମେଲବର୍ଣ୍ଣରେ ମାଟି କାମୁଡ଼ିଲା ଅଷ୍ଟ୍ରେଲିଆ। ବକ୍ସିଂ ଡେ ଟେଷ୍ଟରେ ଟିମ୍ ଇଣ୍ଡିଆର ବାଜିମାତ୍। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ପରାଜୟର ବଦଲା ନେବା ସହ ଦେଶବାସୀଙ୍କୁ ଆଡଭାନ୍ସ ନୂଆବର୍ଷ ଭେଟି ଦେଇଛି ଭାରତୀୟ ଦଳ।ବୋଲରଙ୍କ ଘାତକ ବୋଲିଂ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଆକର୍ଷଣୀୟ ଇଂନିସ ବଳରେ ଭାରତ ଅଷ୍ଟ୍ରିଲିଆକୁ 8 ୱିକେଟରେ ପରାସ୍ତ କରିଛି। ଏହାସହ ଦ୍ୱିତୀୟ ଟେଷ୍ଟକୁ ଜିତି ସିରିଜକୁ ୧-୧ରେ ବରାବର କରିଛି ଭାରତ। ପ୍ରଥମ ଟେଷ୍ଟ ପରାଜୟର ବଦଲା ନେଲା ଟିମ୍ ଇଣ୍ଡିଆ। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ୧୯୫ ରନ୍ରେ ଅଲଆଉଟ୍ କରିଦେଇଥିବା ଭାରତ ଜାବାରରେ 326ରନ କରିପାରିଥିଲା। ହେଲେ ଭାରତର ବୋଲରଙ୍କୁ ସାମ୍ନା ନ କରିପାରି ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୦୦ ରନରେ ଅଲଆଉଟ୍ ହୋଇ ଭାରତକୁ ୭୦ ରନର ଟାର୍ଗେଟ୍ ଦେଇଥିଲା। ଏହି ଛୋଟିଆ ଲକ୍ଷ୍ୟକୁ ପିଛା କରିବା ପାଇଁ ଭାରତକୁ ଆଦୌ କଷ୍ଟ କରିବାକୁ ପଡ଼ିନଥିଲା। ଭାରତ ୨ ୱିକେଟ୍ ହରାଇ ଏହି ୭୦ ରନର ବିଜୟୀ ଲକ୍ଷ୍ୟକୁ ହାସଲ କରିନେଇଥିଲା।