ପୁଣି ମଇଦାନକୁ କମବ୍ୟାକ୍ କରୁଛନ୍ତି ସିକ୍ସର୍ କିଙ୍ଗ୍: ଫ୍ୟାନ୍ସମାନଙ୍କ ମଧ୍ୟରେ ଖୁସିର ଲହରି

ବିଶ୍ୱକପ୍ ବିଜେତା ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର୍ ଯୁବରାଜ ପୁଣିଥରେ କ୍ରିକେଟ୍‌ ପୁଣିଥରେ କ୍ରିକେଟ୍‌ ମଇଦାନକୁ କମବ୍ୟାକ୍ କରିବାକୁ ଯାଉଛନ୍ତି। ଏହି ଖବର ଏବେ ଯୁବରାଜଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଆଣିଦେଇଛି। ଯୁବରାଜଙ୍କୁ ପୁଣି ମଇଦାନରେ ଚଉକା ଛକା ବର୍ଷା କରୁଥିବା ଦେଖିବାକୁ ମିଲିବ। ଯୁବରାଜଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଘରୋଇ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ୍‌ ଅଲ୍ଲୀ ପାଇଁ ପଞ୍ଜାବ ଦଳର ୩୦ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକାରେ ସାମିଲ କରାଯାଇଛି । ଯୁବରାଜ ନିଜର ସନ୍ନ୍ୟାସ ନିଷ୍ପତ୍ତିକୁ ବଦଳାଇ ଘରୋଇ କ୍ରିକେଟ୍‌ ଖେଳିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଯୁବରାଜ ମଧ୍ୟ ପିସିଏ ଷ୍ଟାଡିୟମରେ କିଛି ସମୟ ନେଟ୍ସରେ ବ୍ୟାଟିଂ ପ୍ରାକ୍ଟିସ୍ କରିଥିଲେ, ଯାହାର ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ କରାଯାଇଛି।

୨୦୧୧ ବିଶ୍ୱକପରେ ‘ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ବିବେଚିତ ହୋଇଥିବା ଯୁବରାଜ ଗତବର୍ଷ ହଠାତ୍ କ୍ରିକେଟକୁ ଅଲବିଦା କହିଥିଲେ। କିନ୍ତୁ ପଞ୍ଜାବ କ୍ରିକେଟ୍‌ ଆସୋସିଏସନ (ପିସିଏ) ସମ୍ପାଦକ ପୁନୀତ ବାଲିଙ୍କ ଅନୁରୋଧ ପରେ ଯୁବରାଜ ନିଜ ରାଜ୍ୟ ପାଇଁ ଖେଳିବାକୁ ରାଜି ହୋଇଥିଲେ। କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଯୁବରାଜ ଗତବର୍ଷ କାନାଡାରେ ଗ୍ଲୋବାଲ୍ ଟି-୨୦ ଲିଗ୍ ଖେଳିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଯୁବରାଜ ଭଲ ପ୍ରଦର୍ଶନ କରିଥିଲେ। ୩୯ ବର୍ଷୀୟ ଯୁବରାଜ ଭାରତ ପକ୍ଷରୁ ୩୦୪ ଦିନିକିଆ, ୪୦ ଟେଷ୍ଟ ଓ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

ପଞ୍ଜାବ ସମ୍ଭାବ୍ୟ ସ୍କ୍ୱାଡ୍: ମନଦୀପ ସିଂହ, ଯୁବରାଜ ସିଂହ, ଅଭିଷେକ ଶର୍ମା, ସଲିଲ୍ ଅରୋରା, ଗୀତାଂଶ ଖେରା, ରମନଦୀପ ସିଂହ, ସାନଭୀର ସିଂହ, କରନ୍ କାଇଲା, ରାହୁଲ୍ ଶର୍ମା, କ୍ରିଷନ ଆଲାଙ୍ଗ, ସନ୍ଦୀପ ଶର୍ମା, ଅର୍ଶଦୀପ ସିଂହ, ଇକଜୋତ୍ ସିଂହ, ନମନ ଧୀର, ଅଭିଷେକ ଗୁପ୍ତା, ହିମାଂଶୁ ସତ୍ୟୱାନ, ଗୁରକୀରତ ସିଂହ, ଅନମୋଲପ୍ରୀତ ସିଂହ, ପ୍ରବଶିମରନ୍ ସିଂହ, ନେହଲ୍ ୱାଧେରା, ଅନମୋଲ୍ ମଲହୋତ୍ରା, ଆରୁଷ ସବରୱାଲ୍, ହରପ୍ରୀତ ବ୍ରାର୍, ମୟଙ୍କ ଆର୍କଣ୍ଡେ, ବଲତେଜ୍ ସିଂହ, ସିଦ୍ଧାର୍ଥ କୌଲ, ବରିନ୍ଦର ସ୍ରାନ୍, ଗୁରନୂର ସିଂହ, ହସରାଜ୍, ଅଭିଜିତ୍ ଗର୍ଗ, କୁଅଁର ପାଠକ।

Leave a Reply

Your email address will not be published. Required fields are marked *