ଶ୍ରୀନଗର: ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଆଜି ଜମ୍ମୁ କାଶ୍ମୀର ସ୍ବାସ୍ଥ୍ୟ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଜମ୍ମୁ କଶ୍ମୀରର ସମସ୍ତ ଜନସାଧାରଣ ଉପକୃତ ହେବେ ।ଏହି ଯୋଜନା ମାଧ୍ୟମରେ ସର୍ବଭାରତୀୟ ସ୍ବାସ୍ଥ୍ୟ ବୀମା ଯୋଗାଇଦେବା ପାଇଁ ବାର୍ଷିକ ୧୨୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।ଏହାର ଶୁଭାରମ୍ଭ ଅବସରରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସିହ୍ନା ଏହି ଯୋଜନାର ଉପକାରିତାଉପରେ କହିଥିଲେ ଯେ, ‘ଜମ୍ମୁ କଶ୍ମୀର ବାସିନ୍ଦାଙ୍କୁ ମାଗଣାରେ ସ୍ବାସ୍ଥ୍ୟବୀମା ଯୋଗାଇ ଦିଆଯିବ । ଏହି ଯୋଜନା କେବଳ ସେଇନାଗରିକଙ୍କ ପାଇଁ, ଯେଉଁମାନେ ବର୍ତ୍ତମାନ ଏବି-ପିଏମଜେଏଓ୍ବାଇ କିମ୍ବା ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ନାହାଁନ୍ତି’ ।ସ୍ବାସ୍ଥ୍ୟ ଓ ଚିକିତ୍ସା ଶିକ୍ଷାର ଫାଇନାନ୍ସ କମିଶନର ଅଟଲ ଦୁଲ୍ଲୋ କହିଛନ୍ତି ଯେ ଏହି ଯୋଜନାରେ ଜମ୍ମୁ କଶ୍ମୀରର ସରକାରୀ ଓ ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ସା ମିଲ ହେବେ । ଏହି ସ୍ବାସ୍ଥ୍ଯସେବା ଏବି-ପିଏମଜେଏଓ୍ବାଇ ଯୋଜନା ପରି ପରିବାର ପିଛା ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପ୍ରଦାନ କରିବ । ଏହି ଯୋଜନାରେ ଏବେ ୧୫ ଲକ୍ଷ ପରିବାର ଉପକୃତ ହେବେ । ଏହି ଯୋଜନା ପାଇଁ ପରିବାରର ସଦସ୍ୟ ସଂଖ୍ୟା ଓ ବୟସକୁ ନେଇ କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ ।