ଘର ବାହୁଡିବେ ଜଗା କାଳିଆ । ଆସନ୍ତା ଜୁଲାଇ ଦ୍ୱିତୀୟ ସପ୍ତାହରେ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରି ପାରନ୍ତି ଯ଼ୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା କାଳିଆ । ଆସନ୍ତା ୨୯ ତାରିଖରେ ରାଜ୍ୟ ସରକାର ଏବଂ ଏମ୍ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ବେଳେ ଏନେଇ ନିଷ୍ପତ୍ତି ହୋଇପାରେ ।
୨୦୧୬ ରେ ଏହି ଯ଼ୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଅପରେସନ ଦ୍ୱାରା ମୁଣ୍ଡ ଅଲଗା କରାଯାଇଥିଲା । ସାରା ଦୁନିଆ ଏହି ଶିଶୁଙ୍କ ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଥିଲା । ତେବେ ଜଗା ଡିସଚାର୍ଜ ହୋଇସାରିଥିବା ବେଳେ, କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଆଖିଦୃଶିଆ ବିକାଶ ହୋଇପାରିନାହିଁ । ତେଣୁ କାଳିଆର ସ୍ୱତନ୍ତ୍ର ଧ୍ୟାନ ରଖାଯାଉଛି । ଏବେ କେବଳ ନର୍ସ ସେବାର ଆବଶ୍ୟକତା ଥିବାରୁ ତାକୁ ଓଡ଼ିଶା ପଠାଯାଇପାରେ ବୋଲି ସୂଚନା ମିଳିଛି ।