କେନ୍ଦ୍ର ସରକାର ଜାରି କଲେ ‘ଅନ୍‌ଲକ୍‌-୪’ ଗାଇଡଲାଇନ୍, ଜାଣନ୍ତୁ କ’ଣ ସବୁ ବନ୍ଦ ଓ ଖୋଲା ରହିବ।

ଅନ୍‌ଲକ୍‌-୩ର ସମୟ ସୀମା ଶେଷ ହେବା ପୂର୍ବରୁ କେନ୍ଦ୍ରସରକାର ଆଜି ଅନ୍‌ଲକ୍-୪ ଗାଇଡଲାଇନ୍ ‌ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଏହି ଅନଲକ-୪ ଗାଇଡଲାଇନ୍ ବଳବତ୍ତର ହେବନାହିଁ। ଅନଲକ-୪ ଗାଇଡଲାଇନ୍ ଅନୁସାରେ ଆସନ୍ତୁ ଜାଣିବା କ’ଣ ସବୁ ବନ୍ଦ ଓ ଖୋଲା ରହିବ।

୧. ପୂର୍ବଭଳି ବାର, ଜିମ୍‌, ସିନେମା ହଲ ଓ ସୁମିଂପୁଲ ବନ୍ଦ ରହିବ କିନ୍ତୁ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବ।
୨. ସେପ୍ଟେମ୍ବର ୨୧ରୁ ମନୋରଞ୍ଜନ, ରାଜନୈତିକ, କ୍ରୀଡା, ସାଂସ୍କୃତିକ ଓ ଧର୍ମୀୟ ଭଳି ସାଧାରଣ ସମାବେଶକୁ ଅନୁମତି ଦିଆଯାଇଛି। ତେବେ ଏଭଳି ସମାବେଶରେ ୧୦୦ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ।

୩. ସେପ୍ଟେମ୍ବର ୭ରୁ ମେଟ୍ରୋ ରେଳ ଟ୍ରେନ୍‌ ଚାଲିବ। ମେଟ୍ରୋ ଟ୍ରେନ୍‌ ଚଳାଚଳ ପାଇଁ ଏସ୍‌ଓପି ଜାରି ହେବ।

୪ . ସେପ୍ଟେମ୍ବର ୩୦ ଯାଏଁ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
୫ . ଶିକ୍ଷକଙ୍କ ଠାରୁ ପାଠ ବୁଝିବା ପାଇଁ ସ୍କୁଲ ଯାଇପାରିବେ ନବମ ଓ ଦ୍ୱାଦଶ ଛାତ୍ରଛାତ୍ରୀ। ତେବେ ସ୍କୁଲ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଦରକାର।
୬ . ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆସିବେ।
୭ . ପୂର୍ବଭଳି ଅନ୍‌ଲାଇନ୍‌ ପାଠପଢ଼ା ଜାରି ରହିବ।
୮ . ଆଇଟିଆଇର ଓ ଅନ୍ୟ ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଟ୍ରେନିଂ ଦେବା ପାଇଁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ।

Leave a Reply

Your email address will not be published. Required fields are marked *