ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ବଡ଼ ଧରଣର ଝଟକା। ଟିମର କିଛି ଖେଳାଳିଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ଫଳରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ତେବେ, ଟିମରେ କେଉଁ ଖଳାଳି, ସହଯୋଗୀ କର୍ମଚାରୀ ଓ ଅଧିକାରୀ ସଂକ୍ରମିତ ହୋଇଛନ୍ତି ସେନେଇ କିଛି ଜଣାପଡ଼ିନାହିଁ । ଅଗଷ୍ଟ ୨୧ରେ ଦୁବାଇ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ସହ କୋଭିଡ୍ ଟେଷ୍ଟ କରାଯାଇଥିଲା। ଭାରତରେ କରୋନା ସଂକ୍ରମଣର ବଢ଼ୁଥିବା ମାମଲାକୁ ଦେଖି ଚଳିତବର୍ଷ ଆଇପିଏଲ ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚେନ୍ନାଇ ସୁପର କିଙ୍ଗ୍ସର 12 ଜଣ ସଦସ୍ୟଙ୍କୁ କରୋନା ହେଉଛି। ଯେଉଁଥିରେ ସହଯୋଗୀ କର୍ମଚାରୀଙ୍କ ସହ ଖେଳାଳି ମଧ୍ୟ ସାମିଲ ଅଛନ୍ତି। କୁହାଯାଉଛି ଦଳରେ ସାମିଲ ଥିବା ଜଣେ ଭାରତୀୟ ବୋଲରଙ୍କୁ ମଧ୍ୟ କରୋନା ହୋଇଛି।