Skip to content
ପୁରୀ ବଗଲା ଧର୍ମଶାଳା ବିବାଦ ଆହୁରି ଘନେଇଲା। ଯାହାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଦିଲ୍ଲୀରୁ ଆସି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ପୁରୀରେ ପହଁଚିଯାଇଛନ୍ତି। ପୁରୀ ଯାଇ ବଗଲା ଧର୍ମଶାଳା ଅଂଚଳ ବୁଲି ଦେଖିବା ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ସମ୍ବିତ। ଏହା ସହ ସରକାରଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ପୁରୀ ବିଧାୟକ ଓ କର୍ମୀଙ୍କ ସହ ସେ ଶନିବାର ଧାରଣାରେ ବସିଥିଲେ। ସେ କହିଛନ୍ତି, ୧୧୫ ବର୍ଷ ପୂର୍ବରୁ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ଦାନ ସୂତ୍ରରେ ମିଳିଥିବା ଏକ ଧର୍ମଶାଳାକୁ ପ୍ଲଟିଂ କରି କିଛି ଲଜ ମାଲିକଙ୍କୁ ବିକ୍ରି କରାଯିବା ବେଆଇନ। ତୁରନ୍ତ ଏହା ବନ୍ଦ କରାଯାଉ, ପ୍ରସାଦ ଯୋଜନାରେ ଧର୍ମଶାଳା ନିର୍ମାଣ କାମ ଆଗକୁ ବଢାଯାଉ ବୋଲି ଦାବି କରିଛନ୍ତି ସମ୍ବିତ ପାତ୍ର। ବଗଲା ଧର୍ମଶାଳାକୁ ନେଇ ବିବାଦ ତେଜିବା ପରେ ପୁରୀ ଜିଲ୍ଲା ପ୍ରଶାସନ ସ୍ପଷ୍ଟୀକରଣ ରଖିଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବଗଳା ଧର୍ମଶାଳାରେ ମାତ୍ର ୨୦୦ ଲୋକ ରହିବା ପାଇଁ ବ୍ୟବସ୍ଥା ଥିଲା। କିନ୍ତୁ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ସରକାର ଏବେ ୨୦୦୦ ଲୋକ ରହିବା ପରି ଲଜ/ଧର୍ମଶାଳା ନିର୍ମାଣ କରୁଛନ୍ତି। ଆଗକୁ ଆହାରି ୮୦୦୦ ଲୋକ ରହିବା ପାଇଁ ବ୍ୟବସ୍ଥା କରାଯିବ। ଏଣୁ ସରକାର ବଗଳା ଧର୍ମଶାଳା କ୍ଷମତାକୁ ୫୦ ଗୁଣ ବୃଦ୍ଧି କରୁଛନ୍ତି।