ଶନିବାର ରାଜ୍ୟରେ ପୁଣି ୧୪୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟାଇନ ଥିବାବେଳେ ୫୪୫ ଜଣ ସ୍ଥାନୀୟ ସଂକ୍ରମଣରୁ ଶିକାର ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୨୧,୨୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩,୪୦୪ ରହିଛି। ଗଞ୍ଜାମରୁ ସର୍ବାଧିକ ୩୨୦, କଟକରୁ ୧୨୩, ଖୋର୍ଦ୍ଧାରୁ ୨୧୮, ରାୟଗଡାରୁ ୧୯୭, ସୁନ୍ଦରଗଡ଼ରୁ ୭୬, ପୁରୀରୁ ୬୫, ସମ୍ୱଲପୁରରୁ ୫୧, ଯାଜପୁରରୁ ୫୭, କନ୍ଧମାଳରୁ ୪୪ଜଣ, ଗଜପତିରୁ ୯୧ ଜଣ, ଅନୁଗୁଳରେ ୯ , ବାଲେଶ୍ୱରରେ ୧୨, ବରଗଡରେ ୫, ଭଦ୍ରକରେ ୨୫, ବୌଦ୍ଧରେ ୫, ଦେଓଗଡ଼ରେ ୨, ଢେଙ୍କାନାଳରେ ୨, ଜଗତସିଂହପୁରରେ ୧୩, ଝାରସୁଗୁଡ଼ା ୬, କଳାହାଣ୍ଡିରେ ୧୮, କେନ୍ଦୁଝରରେ ୨, କୋରାପୁଟରେ ୧୨, ମାଲକାନଗିରିରେ ୨୪, ମୟୁରଭଞ୍ଜରେ ଜଣେ, ନବରଙ୍ଗପୁରରେ ୨, ନୟାଗଡ଼ରେ ୮, ନୂଆପଡ଼ାରେ ୭ ଓ ସୋନପୁରରେ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେପଟେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪, ଖୋର୍ଦ୍ଧାରୁ ୩, ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭କୁ ବୃଦ୍ଧି ପାଇଛି।