କରୋନାରେ ରାଜ୍ୟରୁ ଆଉ ୫ ଆଖି ବୁଜିଲେ

କିଛି ଦିନ ଧରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ସେହି ଅନୁସାରେ ଆଜି ମଧ୍ୟ ରାଜ୍ୟରେ ୧୦୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ଜଣେ ବାଲେଶ୍ୱର ଜିଲ୍ଲାର ଥିବା ବେଳେ ଜଣେ ପୁରୀ ଜିଲ୍ଳାର,  ଜଣେ ଗଞ୍ଜାମ ଜିଲ୍ଲାର, ଜଣେ ଫୁଲବାଣୀ ଜିଲ୍ଳାର ଓ ଜଣେ ମାଲକାନଗିରି ଜିଲ୍ଳାର ବୋଲି ଜଣାପଡ଼ିଛି। ବ‌ାଲେଶ୍ୱର ଜିଲ୍ଳାର ମୃତକଙ୍କ ବୟସ ୪୬। ତାଙ୍କର ପୂର୍ବରୁ ମଧୁମେହ ଥିଲା। ପୁରୀ ଜିଲ୍ଲାର ମୃତକ ମହିଳା ଜଣକଙ୍କର ବୟସ ୫୫। ଗଞ୍ଜ‌ାମ ଜିଲ୍ଲାର ମୃତ ମହିଳାଙ୍କ ବୟସ ୬୦ ଓ ତାଙ୍କର ପୂର୍ବରୁ ମଧୁମେହ ଥିଲା। ଫୁଲବାଣୀ ଜିଲ୍ଲାର ମୃତକଙ୍କ ବୟସ ୫୦। ସେ ପୂର୍ବରୁ ମଦ୍ୟପାନ କରି ଯତ୍କୃତ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଜଣ୍ଡିସ୍‌ ମଧ୍ୟ ହୋଇଥିଲା। ସେହିପରି ମାଲକାନଗିରିର ମୃତ ମହିଳାଙ୍କ ବୟସ ୬୨। ରାଜ୍ୟରେ ଆଜି ୧୦୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ୪୦୬ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୬୬୨ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୦ଜଣ, ବାଲେଶ୍ୱର ଜିଲ୍ଲାରୁ ୨୯ଜଣ, ବରଗଡ ଜିଲ୍ଲାରୁ ୫ଜଣ, ଭଦ୍ରକ ଜିଲ୍ଲାରୁ ୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୬ଜଣ, କଟକ ଜିଲ୍ଲାରୁ ୬୧ଜଣ, ଦେଓଗଡ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୮୮ଜଣ, ଗଞ୍ଜାମ ଜିଲ୍ଲାରୁ ୨୪୫ଜଣ, ଜଗତସିଂହପୁର ଜିଲ୍ଲାରୁ ୩ଜଣ, ଯାଜପୁର ଜିଲ୍ଲାରୁ ୧୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯ଜଣ, କନ୍ଧମାଳ ଜିଲ୍ଲାରୁ ୧୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯୪ଜଣ, କୋରାପୁଟ ଜିଲ୍ଲାରୁ ୬୬ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୨୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୬ଜଣ, ନୟାଗଡ ଜିଲ୍ଲାରୁ ୨୯ଜଣ, ନୂଆପଡ଼ା ଜିଲ୍ଲାରୁ ୧୧ଜଣ, ପୁରୀ ଜିଲ୍ଲାରୁ ୧୬ଜଣ, ରାୟଗଡ଼ା ଜିଲ୍ଲାରୁ ୨୪ଜଣ, ସମ୍ବଲପୁର ଜିଲ୍ଲାରୁ ୨୧ଜଣ, ସୋନପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧୨ଜଣ ରହିଛନ୍ତି। ଏବେ ରାଜ୍ୟରେ ମୋଟ୍ ୧୮,୦୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୯୧୯ ରହିଛି।

Leave a Reply

Your email address will not be published. Required fields are marked *