Skip to content
ରାଜ୍ୟସଭା ଉପାଧ୍ୟକ୍ଷ କମିଟିରେ ସ୍ଥାନ ପାଇଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଆଜି ରାଜ୍ୟସଭା ଉପାଧ୍ୟକ୍ଷ କମିଟିର ପୁନର୍ଗଠନ କରିଛନ୍ତି। ଯେଉଁଥିରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ସ୍ଥାନ ମିଳିଛି। ଏହି ୬ ଜଣିଆ କମିଟିରେ ସ୍ଥାନ ପାଇଥିବା ଅନ୍ୟ ରାଜ୍ୟସଭା ସଦସ୍ୟମାନେ ହେଲେ ବିଜେପିର ଭୁବନେଶ୍ୱର କଲିଟା, ଏନସିପିର ବନ୍ଦନା ଚଭନ, ତୃଣମୂଳ କଂଗ୍ରେସର ଶୁଖେନ୍ଦୁ ଶେଖର ରାୟ, ସମାଜବାଦି ପାର୍ଟିର ସୁରେନ୍ଦ୍ର ସିଂ ନାଗର ଓ କଂଗ୍ରେସର ଡ. ଏଲ.ହନୁମନ୍ତିଆ। ଏନେଇ ଆଜି ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟସଭା ଅଧ୍ୟକ୍ଷ ରାଜ୍ୟସଭା ସଦସ୍ୟମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉପାଧ୍ୟକ୍ଷ କମିଟିକୁ ମନୋନୀତ କରନ୍ତି। ରାଜ୍ୟସଭାରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଅନୁପସ୍ଥିତ ରହିଲେ ଏହି କମିଟି ମଧ୍ୟରୁ ଜଣେ ରାଜ୍ୟସଭାରେ ସଭାପତିତ୍ୱ କରନ୍ତି।