ସେପ୍ଟେମ୍ବର ୧୯ରୁ ୟୁଏଇରେ IPL, ଜାଣନ୍ତୁ ଗ୍ରାଣ୍ଡଫିନାଲେ କେବେ?

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ବହୁ ଚର୍ଚ୍ଚିଚ ଆଇପିଏଲ ପୁଣି ଥରେ ଖେଳାହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ଠାରୁ ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଖେଳାଯିବ। ୟୁଏଇରେ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାବେଳେ ନଭେମ୍ବର ୮ ତାରିଖରେ ଫାଇନାଲ ଖେଳାଯିବ। ଏନେଇ ଆଇପିଏଲ୍‌ର ଚେୟାରମ୍ୟାନ ବ୍ରିଜେଶ ପଟେଲ ଘୋଷଣା କରିଛନ୍ତି। ବିସିସିଆଇ ୫୧ ଦିନ ମଧ୍ୟରେ ଆଇପିଏଲ୍-୧୩କୁ ଶେଷ କରିବାକୁ ନିଷ୍ପତ୍ତି ନେଇ ସାରିଛି।  ଯେଉଁଥିରେ ୬୦ଟି ମ୍ୟାଚ୍ ଖେଳାଯିବାକୁ ସ୍ଥିର ହୋଇଛି। ତେବେ ଆସନ୍ତା ସପ୍ତାହରେ ଗଭର୍ଣ୍ଣିଂ କାଉନସିଲର ବୈଠକରେ ରୂପରେଖ ଓ କାର୍ଯ୍ୟସୂଚୀ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏ ନେଇ ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜକୁ ଅଣଆନୁଷ୍ଠାନିକ ଭାବେ ଜଣାଇଦେଇଛି । ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ସ୍ଥଗିତ ହେବା ପରେ ଆଇପିଏଲ ହେବା ନେଇ ଆଶା ସଂଞ୍ଚାର ହୋଇଥିଲା। ଯାହା ଏବେ ଭାରତରେ ନୁହେଁ ୟୁଏଇରେ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି। କରୋନା କଟକଣା ମଧ୍ୟରେ କିପରି ଗାଇଡଲାଇନ ପାଳନ କରାଯାଇ ମ୍ୟାଚ ଅନୁଷ୍ଠିତ ତାହା ଉପରେ ମଧ୍ୟ ଏକ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଡ୍ୟୁଅର ପ୍ରସ୍ତୁତ କରାଯିବ। ତେବେ ପଡିଆରେ ଦର୍ଶକ ରହିବେ ନା ନାହିଁ ତାର ନିଷ୍ପତ୍ତି ୟୁଏଇ ସରକାର ନେବେ ବୋଲି କହିଛନ୍ତି ବ୍ରିଜେଶ ପଟେଲ ।

Leave a Reply

Your email address will not be published. Required fields are marked *