ଅଭିନେତା ବିଜୟ ମହାନ୍ତି ପୁଣି ଗୁରୁତର। ଗୁରୁତର ଅବସ୍ଥାରେ ମେଡିକାଲରେ ହଠାତ ତାଙ୍କୁ ଆଜି କେୟାର ହସପିଟାଲରେ ଭର୍ତ୍ତି କରାଯାଇଛି। ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲ ସ୍ଥାନନ୍ତର କରାଯାଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଘରୁ ତାଙ୍କୁ କେୟାର ହସ୍ପିଟାଲକୁ ଏକ ଆମ୍ବ୍ୟୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି। ମେ ମାସରେ ଛାତିରେ ଯନ୍ତ୍ରଣା କାରଣରୁ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ନିଶ୍ୱାସ ପ୍ରଶ୍ୱାସ ସହ ଛାତିରେ କଷ୍ଟ ହେବାରୁ ତାଙ୍କୁ ହାଇଦ୍ରାବାଦରେ ଚିକିତ୍ସା କରାଯାଉଥିଲା । ତେବେ ଗତ ଜୁନ ୧୪ରେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରି କେୟାର ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବିଜୟ । ଆଉ ଆଜି ପୁଣି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।