ଟି-୨୦ ବିଶ୍ଵ କପ୍ ବାତିଲ, IPL ରାସ୍ତା ସଫା

କରୋନା ମହାମାରୀ କାରଣରୁ ସ୍ଥଗିତ ହେଲା ଟି-୨୦ ବିଶ୍ଵ କପ୍। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଫଳରେ ଆଇପିଏଲ ପାଇଁ ପଥ ପରିଷ୍କାର ହୋଇଥିବା କୁହାଯାଉଛି। ଆଜି ଭିଡିଓକନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ସ୍ଥିତିର ସମୀକ୍ଷା କରାଯିବା ସହ ଟି-୨୦ ବିଶ୍ୱକପକୁ ଚଳିତ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବିଶ୍ୱକପ ଆସନ୍ତା ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ କବଳିତ କରିବା ପରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ଆଇସିସି ବୈଠକରେ ମତ ପ୍ରକାଶ ପାଇଥିଲା। ତେବେ ବିଶ୍ୱକପକୁ ୨୦୨୧ କିମ୍ବା ୨୦୨୨ରେ ଆୟୋଜନ କରିବାକୁ ଆଇସିସି ବିଚାର କରୁଛି। ଏହି ଟୂର୍ଣ୍ଣାମେଣ୍ଟ ୨୦୨୧ ଅକ୍ଟୋବର-ନଭେମ୍ବର ମାସରେ ଆୟୋଜନ ହେବକୁ ନିଷ୍ପତ୍ତି ହୋଇଛି। ଏହାର ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ରେ ଖେଳାଯାଇ ପାରେ ବୋଲି କୁହାଯାଇଛି।ସେହିପରି ୨୦୨୨ରେ ହେଲେ ତାହାକୁ ଅକ୍ଟୋବର-ନଭେମ୍ବରରେ ଖେଳାଯାଇ ୧୩ ନଭେମ୍ବରରେ ଫାଇନାଲ ରଖିବାକୁ ବିଚାର କରାଯାଉଛି। ତେବେ ୨୦୨୨ଘୁଞ୍ଚିଲେ ଏହା ଭାରତକୁ ସ୍ଥାନାନ୍ତର ହୋଇପାରେ। ପରବର୍ତ୍ତିକାଳରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *