ରାଜ୍ୟରେ ମୌସୁମୀ ଗାଏବ, ଅଧାରୁ ଅଟକିଲା ଚାଷକାର୍ଯ୍ୟ

ହଠାତ୍ ଅଧାରୁ କୁଆଡେ ମୌସୁମୀ ଗାଏବ।  ରାଜ୍ୟରେ ଜୁନ୍ ଓ ଜୁଲାଇ ମାସରେ ବର୍ଷ।ର ପରିମାଣ ଯେତିକି ହେବାର ଥିଲା ତାହା ହୋଇନାହିଁ। ଫଳରେ ଅଭାବୀ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୨ ସପ୍ତାହରେ ମଧ୍ୟ ରାଜ୍ୟରେ ବିଶେ‌ଷ ବର୍ଷାର ସମ୍ଭାବନା ମଧ୍ୟ ନାହିଁ କି ଲଘୁଚାପର ମଧ୍ୟ ସମ୍ଭାବନା ନାହିଁ। ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଆସନ୍ତା କିଛି ଦିନ ବିଭିନ୍ନ ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ। ୧୯ ତାରିଖ ପରେ ବର୍ଷା ପରିମାଣ ବଢ଼ିପାରେ। ଜୁନ୍‌ ଓ ଜୁଲାଇ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡ଼ିକରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ଏନେଇ କୃଷିକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।ଜମିରେ ପାଣି ନଥିବାରୁ ଚାଷୀ ଏବେ ଚିନ୍ତାରେ। କମ୍ ବର୍ଷା ଯୋଗୁ  କୃଷିକାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି। ଖୁବଶୀଘ୍ର ବର୍ଷା ନହେଲେ ଚାଷୀକୂଳ ହତାଶ ହେବେ ଏଥିରେ ସନ୍ଦେହ ନାହିଁ…

Leave a Reply

Your email address will not be published. Required fields are marked *