ଭାରତରେ ଗୋଷ୍ଠୀ ସଂକ୍ରମଣ, ଛୁଟି ଦିନରେ ସଟଡାଉନ୍ ବଳବତ୍ତର କର

କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ ଏବେ ଭୟଙ୍କର ସ୍ଥିତି। ଭାରତରେ ମଧ୍ୟ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏପରି ସ୍ଥିତିରେ ଓଡ଼ିଶାରେ ମଧ୍ୟ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ଭାରତରେ କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଲାଣି। ତେଣୁ ଏହାକୁ ମୁକାବିଲା କରିବାକୁ କଟକଣା ରହିବା ଜରୁରୀ ହୋଇପଡ଼ିଛି। ପୂର୍ବଭଳି କଟକଣା ଜାରି ରହିବା ସହ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌ କରାଯାଉ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର। କରୋନା ସଂକ୍ରମଣକୁ ନେଇ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଯେ, ଯେତେବେଳେ ଜଣେ ରୋଗୀ ଆକ୍ରାନ୍ତ ହେଉଛି, ପ୍ରଥମେ ଜାଣିବା ଦରକାର, ସେ ରୋଗ କେଉଁଠୁ ଆସିଲା। କଣ୍ଟାକ୍ଟ ଟ୍ରେସିଂ ଜାଣିବା ପ୍ରଥମେ ଦରକାର। ଗୋଷ୍ଠୀ ସଂକ୍ରମଣ ଆମେ ହୁଏତ ମନା କରିପାରୁ କିନ୍ତୁ ସତ କଥା ହେଲା ଯେ ଆମେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରୁଛେ। ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି ମନା କରିବା ଗ୍ରହଣଯୋଗ୍ୟ ନୁହେଁ। ସେଥିପାଇଁ ଆଗକୁ ପ୍ରତି ଶନିବାର, ରବିବାର ସଟ୍‌ଡାଉନ୍ ହେବା ଦରକାର ବୋଲି ସେ କହିଛନ୍ତି। ଅଫିସରେ ମଧ୍ୟ ସିଫ୍ଟ ଡ୍ୟୁଟି ହେଉ, ଫଳରେ ଗୋଟିଏ ସମୟରେ ଅଧିକ ଲୋକେ କାମ କରିବେ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *