ରାଜଧାନୀ ରାଜରାସ୍ତାରେ ହାତଗୋଡ଼ ବନ୍ଧା ଅବସ୍ଥାରେ କରୋନା ରୋଗୀ

ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ। ଘଟଣା ସମ୍ପର୍କରେ ଅବଗତ ହେବା ପରେ କଳିଙ୍ଗ ଷ୍ଟୁଡିଓ ଛକ ନିକଟସ୍ଥ ତାରିଣୀ ହାଟ ନିକଟରୁ ପୋଲିସ  ସହାୟତାରେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ଅଞ୍ଚଳରେ ସ୍ଥାନୀୟ ଲୋକେ ବୃଦ୍ଧଙ୍କ ହାତଗୋଡ଼ ବାନ୍ଧି ପକାଇଥିବା ଖବର ମିଳିଥିଲା। ଖବର ପାଇ ପୋଲିସ ଓ କୋଭିଡ୍ ହସ୍ପିଟାଲ ଷ୍ଟାଫ୍ ତାଙ୍କୁ ଉଦ୍ଧାର କରିଛନ୍ତି। ପିପିଇ ପିନ୍ଧି ଡାକ୍ତରୀ ଟିମ୍ ବୃଦ୍ଧଙ୍କୁ ଉଦ୍ଧାର କରି କୋଭିଡ୍ ହସ୍ପିଟାଲ୍ ନେଇଥିବା ସୂଚନା ମିଳିଛି। ବୃଦ୍ଧ ଜଣଙ୍କୁ ସୁରକ୍ଷିତ ଭାବେ ଡାକ୍ତରୀ ଟିମ୍ ଉଦ୍ଧାର କରି ଗାଡ଼ିରେ ନେଇଛି। ବୃଦ୍ଧ ଜଣଙ୍କ ଘର ଭଦ୍ରକ ବୋଲି ଜଣାପଡିଛି। ଏହି ବୃଦ୍ଧ ଜଣଙ୍କର ସ୍ୱାବ ଟେଷ୍ଟ ପଜିଟିଭ୍‌ ବାହାରିବା ପରେ ତାଙ୍କୁ ସ୍ଥାନୀୟ ଏକ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରୁ ବୃଦ୍ଧ ଜଣକ ଖସି ପଳାଇଆସିଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବାପରେ କିଛି ଲୋକ ବୃଦ୍ଧଙ୍କୁ ଚିହ୍ନି ତାଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ। ବୃଦ୍ଧଙ୍କ ସଂସ୍ପର୍ଶରେ ଆସିଥିବା ସେହି ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

Leave a Reply

Your email address will not be published. Required fields are marked *