ଲକଡାଉନ୍ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇସାରିଲେଣି। ଅନେକ ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। କାମ ବନ୍ଦ ଥିବାରୁ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇପଡିଛି। ଲକଡାଉନରେ କିନ୍ତୁ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ପ୍ରବାସୀ। ବିଭିନ୍ନ ରାଜ୍ୟରେ ଫଶିରହିଥିବା ପ୍ରବାସୀ ପାଇଁ ନିଜ ମାଟିକୁ ଫେରିବା ଅସମ୍ଭବ ହୋଇପଡ଼ିଥିଲା। ପ୍ରବାସୀଙ୍କ ଆଖିରେ ନାଚୁଥିଲା ଜନ୍ମମାଟି। ପ୍ରବାସୀ ଶ୍ରମିକଙ୍କ ଏଭଳି ଦୁଃସ୍ଥିତିରେ ସେମାନଙ୍କୁ ସାହାଯ୍ୟ କରିଥିଲେ ବଲିଉଡ୍ ହିରୋ ସୋନୁ ସୁଦ୍। ବିଭିନ୍ନ ରାଜ୍ୟରେ ଫଶିଥିବା ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାରେ ସୋନୁଙ୍କ ଭୂମିକା ଥିଲା ସର୍ବାଧିକ। ସେ କେବଳ ରିଲ୍ ହିରୋ ହୋଇ ରହିନାହାନ୍ତି ସେ ସାରା ଦେଶ ପାଇଁ ରିଏଲ ହିରୋ ପାଲଟିଛନ୍ତି। ବିଭିନ୍ନ ରାଜ୍ୟରେ ଫଶିଥିବା ଓଡ଼ିଆଙ୍କୁ ମଧ୍ୟ ଓଡ଼ିଶା ଫେରାଇଣିବର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଫଳରେ ସେ ଆଜି ଓଡ଼ିଶାର ଘରେ ଘରେ ସଭିଁଙ୍କ ମନେ ଜିଣି ପାରିଛନ୍ତି। ସୋନୁଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନ ଜଣାଇ ଭୁବନେଶ୍ୱର କଳ୍ପନା ଛକରେ ଲାଗିଛି ହୋଡ଼ିଂ।