ଓଡିଶା ଚଳଚିତ୍ର ଜଗତର ସୁନାମଧନ୍ୟ କଳାକାର ଶ୍ରୀ ବିଜୟ ମହାନ୍ତି ଓଡ଼ିଶା ଫେରିବେ। ସେ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ଆମ୍ବ୍ୟୁଲାନ୍ସରେ ଭୁବନେଶ୍ୱର ଫେରିବେ।ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଛି। କିଛିଦିନ ପୂର୍ବେ ହଠାତ୍ ବିଜୟ ମହାନ୍ତିଙ୍କ ଦେହ ଅସୁସ୍ଥ ହେବାରୁ ସେ ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି। ତେଣୁ ସେ ଭୁବନେଶ୍ୱର ଫେରିବାକୁ ଚାହୁଁଛନ୍ତି। ଭୁବନେଶ୍ୱର ଫେରିବା ପାଇଁ ତାଙ୍କର ପରିବାର ବର୍ଗ ସହାୟତା ପାଇଁ ଅନୁରୋଧ କରିଥିଲେ।ଶେଷରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ୟମରେ ବିଜୟ ମହାନ୍ତିଙ୍କୁ ଭୁବନେଶ୍ୱର ଆଣିବାର ବ୍ୟବସ୍ଥା କରାଯାଉଛି। ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରାଇ ଆଣିବା ପାଇଁ ବିଜେପିର ଦୁଇ ଯୁବନେତା ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତଙ୍କୁ ଦାୟୁତ୍ୱ ଦିଆଯାଇଛି। ଭୁବନେଶ୍ୱର ଫେରିବା ପରେ ବିଜୟ ମାହାନ୍ତିଙ୍କୁ ଏକ ବେସରକାରୀ ହସ୍ପିଟାଲରେ ସିକିତ୍ସା କରାଯିବ ବୋଲି ଜାଣାପଡ଼ିଛି। ଭୁବନେଶ୍ୱର ସାଂସଦଙ୍କ ଏପିର କାମ ଦେଖି ପରିବାର ବର୍ଗ ତଥା ସମଗ୍ର ସିନେ ଜଗତରୁ ସାଂସଦ ଅପରାଜିତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।