ନିଜ ଅଞ୍ଚଳରେ ନନା ନାଁରେ ପରିଚିତ ବାଲେଶ୍ୱର ସାଂସଦ ଏବେ ସଂସଦରେ ଓଡିଶାର ଗାରିମା ବଢାଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସୋମବାର ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମୋଦି ସରକାରର ସଫଳତା ବାଖ୍ୟା କରିବା ସହ ସେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ଉପରେ ମର୍ମଭେଦି ଆକ୍ରମଣ ବି କରିଥିଲେ। ଏହାସହ ହିନ୍ଦୀ, ଇଂରାଜୀ, ବଙ୍ଗଳା, ଓଡ଼ିଆ ଓ ସଂସ୍କୃତରେ ଗୃହକୁ ସମ୍ବୋଧିତ କରିବା ସହ ଗୀତା, ଭାଗବତ, ବେଦ ଓ ଉପନିଷଦର ଉପାଖ୍ୟାନ ଜରିଆରେ ଭାରତୀୟ ସଂସ୍କୃତିର ମହନୀୟତା ବର୍ଣ୍ଣନା କରିଥିଲେ।
ପ୍ରତାପଙ୍କ ଏଭଳି ବକ୍ତ୍ୟବ ଦେଖି ମୋଦୀ ଖୁସି ହେବା ସହ କହିଥିଲେ, ପ୍ରତାପ ଷଡ଼ଙ୍ଗୀ ତାଙ୍କ ଭାଷଣ ପାଇଁ ଯେଭଳି ଭାବରେ ନିଜକୁ ପ୍ରସ୍ତୁତ କରିଥିଲେ ଏବଂ ଯେଉଁ ଢଙ୍ଗରେ ସେ ଉପସ୍ଥାପନ କଲେ, ତା’ପରେ ମୁଁ କିଛି କହିବାର ଆବଶ୍ୟକତା ନାହିଁ ବୋଲି ଭାବୁଛି। ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଶ୍ରୀ ଷଡ଼ଙ୍ଗୀଙ୍କ ସମେତ ଏଥିରେ ଭାଗ ନେଇଥିବା ବିଭିନ୍ନ ଦଳର ସମସ୍ତ ୬୦ ସାଂସଦଙ୍କୁ ମୋଦି ଧନ୍ୟବାଦ ଦେଇଥିଲେ।