ଗାଁ ଦାଣ୍ଡରେ ବୁଲୁଛି ଡାହାଣୀ, ଭୂତ ଭୟରେ ନୟାଗଡ଼’ର ଏହି ଗାଁ ଜନଶୂନ୍ୟ

ଖାଁ ଖାଁ ସମ୍ପୂର୍ଣ୍ଣ ଗାଁ। ଗାଁରେ ବୁଲୁଛି ଭୂତ। ରାତିରେ ଶୂନ୍ୟରୁ ଆସୁଛି ଅଜଣା ଶବ୍ଦ। ମନକୁ ମନ ଆଜବେଷ୍ଟସ୍ ଓ ଚାଳ ଛପର ଉପରେ ପଡୁଛୁ ପଥର ଇଟା। ବେଳେ ବେଳେ କବାଟ ବି କିଏ ବାଡ଼ଉଛି। ସଞ୍ଜ ନଇଁଲେ ଗାଁକୁ ଆସୁଛନ୍ତି ଭୂତ। ଏମିତି ନାନା ଡର, ଛନକା ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ଏଭଳି ଅଜଣା ଭୂତ ଆତଙ୍କ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଗୁଣ୍ଡୁରାବାରୀର ହରିଜନ ସାହିରେ ଦେଖିବାକୁ ମିଳିଛି। ଗାଁରେ ରହୁଥିବା ପ୍ରାୟ ୭ଟି ପରିବାର ଘର ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି । ୭ ବର୍ଷ ଭିତରେ ଗାଁରେ ରକ୍ତବାନ୍ତିରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ହେଲାଣି । କିଛି ଦିନ ଭିତରେ ଗାଁର ୨ ଜଣଙ୍କ ମୃତ୍ୟୁ ରକ୍ତବାନ୍ତିରେ ହୋଇଛି। ପ୍ରଥମେ ବାପା ପରେ ରକ୍ତବାନ୍ତିରେ ଯାଇଛି ପୁଅର ଜୀବନ । ଗାଁ ଲୋକେ ଏହାକୁ ଗୁଣିଗାରେଡ଼ି ବୋଲି ବିଶ୍ୱାସ କରୁଛନ୍ତି। ଝଡ଼ାଫୁଙ୍କା ପରେ ଗୁଣିଆ ଗାଁରେ ଭୂତ, ଡାହାଣୀ ଥିବା କହିଛି । ଭୟଭୀତ ହୋଇ ପଡ଼ିଥିବା ଲୋକ ଗାଁ ଛାଡ଼ି ପଳାଇଛନ୍ତି।

Leave a Reply

Your email address will not be published. Required fields are marked *