ଓଡ଼ିଶାରେ ଚାଲିବ କ୍ରୁଜ୍। ଚିଲିକା, ହୀରାକୁଦ ଜଳଭଣ୍ଡାର, ମହାନଦୀ, ସାତକୋଶିଆ ଗଣ୍ଡ ଓ ଭିତରକନିକାରେ କ୍ରୁଜ୍ ଚଲାଇବା ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତାବ ଦେଇଛି। ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବାକୁ ଏଭଳି ନୂଆ ଯୋଜନା କରାଯାଉଛି। ଏହି ସବୁ ସ୍ଥାନରେ କେବଳ ଦିନରେ ହିଁ ଚଳାଚଳ କରିବ କ୍ରୁଜ୍। ଜୁଲାଇ ୧୦ ସୁଦ୍ଧା ବିଭିନ୍ନ କ୍ରୁଜ୍ ପରିଚାଳକଙ୍କଠାରୁ ଏନେଇ ପ୍ରସ୍ତାବ ଆଗତ କରାଯିବ। ଏହାପରେ କେଉଁ ଅଞ୍ଚଳରେ କେତେ କ୍ରୁଜ୍ ଚାଲିବ ସେ ନେଇ ସମ୍ପୂର୍ଣ୍ଣ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି। ତେବେ ସାରା ଦେଶରେ ଲକ୍ଡାଉନ୍ ଜାରି ହେବା ପରେ ଏହାର ସିଧାସଳଖ ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡ଼ିଛି। ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥାନ ବନ୍ଦ ହୋଇ ପଡ଼ିରହିଛି।