ଆସନ୍ତା କାଲିଠୁ ମିଳିବ ‘ମଦ’: ଜାଣନ୍ତୁ କେମିତି କରିବେ ଅର୍ଡର, କେତେ ଦେବେ ଏକ୍ସଟ୍ରା ଚାର୍ଜ

ଆସନ୍ତା କାଲି ଠାରୁ ସାରା ରାଜ୍ୟରେ ବିକ୍ରି ହେବ ମଦ। ଅନଲାଇନରେ ଏହି ମଦ ବିକ୍ରି ହେବାକୁ ସ୍ଥିର ହୋଇଛି। ତେବେ ଏଥିପାଇଁ ଗ୍ରାହକଙ୍କୁ ଅଧିକ ୫୦ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ। ୫୦ ପ୍ରତିଶତ ଅଧିକ ଅର୍ଥ  କୋଭିଡ୍‌ ଫି ଭାବେ ରାଜ୍ୟ ସରକାରଙ୍କ ପାଖକୁ ଯିବ।ସକାଳ ୭ରୁ ସନ୍ଧ୍ୟା ୬ ମଧ୍ୟରେ ମଦ ବିକ୍ରୀ ପାଇଁ ଅନୁମତି ଦେଇଛନ୍ତି ସରକାର। ତେବେ ମଦ କୌଣସି କାଉଣ୍ଟର ବା ଦୋକାନରୁ କିଣା ଯାଇପାରିବନାହିଁ ବୋଲି କୁହାଯାଇଛି। ମଦ କେବଳ ହୋମ୍‌ ଡେଲିଭରୀ କରାଯିବା ପାଇଁ ଅନୁମତି ଦେଇଛନ୍ତି ସରକାର। ଘରେ ବସି ଅର୍ଡର ଦେଲେ ୬ ଘଣ୍ଟାରେ ପହଞ୍ଚିବ ମଦ। ଖାଲି ସେତିକି ନୁହେଁ ହୋମ୍‌ ଡେଲିଭରୀ ପାଇଁ ପ୍ରତି ୧୦୦୦ ଟଙ୍କାର ମଦରେ ୧୦୦ ଟଙ୍କା ଚାର୍ଜ ଲାଗିବ । ଯଦି ମଦ ଦାମ୍‌ ୧୦୦୦ ଟଙ୍କାରୁ ଅଧିକ ହେବ ତେବେ ପ୍ରତି ୫୦୦ ଟଙ୍କାରେ ୨୫ ଟଙ୍କା ଅଧିକ ଚାର୍ଜ ଲାଗିବ । ହୋମ୍‌ ଡେଲିଭରୀ ପାଇଁ କିଛି ନିର୍ଦ୍ଦିଷ୍ଟ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକନାକୁ ଅନୁମତି ଦିଆଯାଇଛି। ହେଲେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଏବଂ ସପିଂ ମଲ୍‌ରେ ଏହି ସୁବିଧା ମଦ ବିକ୍ରୀ ପାଇଁ ଅନୁମତି ନାହିଁ।

Leave a Reply

Your email address will not be published. Required fields are marked *