ଦୀର୍ଘ ଦିନ ପରେ ଓଡ଼ିଶାରେ ବିକ୍ରି ହୋଇପାରେ ମଦ। ଏନେଇ ଆଲୋଚନା ଆରମ୍ଭ ହୋଇଛି। କେବଳ ନିଷ୍ପତ୍ତିକୁ ଅପେକ୍ଷା। ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ବିଦେଶୀ ମଦ ବ୍ୟବସାୟୀ ମାଲିକ ସଂଘ। ତେବେ କେବଳ ଅନଲାଇନ ନୁହେଁ, ଅଫଲାଇନରେ ମଧ୍ୟ ମଦ ବିକ୍ରି କରାଯିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଛି କଟକର ବିଦେଶୀ ମଦ ବ୍ୟବସାୟୀ ମାଲିକ ସଂଘ। ଅନଲାଇନରେ ମଦ ବିକ୍ରି ହେଲେ ବ୍ୟବସାୟୀ ମଦ ନିଗମ ଦ୍ୱାରା ଧାର୍ଯ୍ୟ ନିୟମ ପୂରଣ କରିପାରିବେନି ବୋଲି କହିଛି ସଂଘ। ତେଣୁ ସରକାର ଅନଲାଇନ ସହ ଅଫଲାଇନରେ ମଦ ବିକ୍ରି ପାଇଁ ଅନୁମତି ଦିଅନ୍ତୁ ବୋଲି ସଂଘ କହିଛି। କୋଭିଡ-୧୯ର ମୁକାବିଲା ପାଇଁ ହୋଇଥିବା ନିୟମକୁ ପାଳନ କରି ମଦ ବିକ୍ରି ପାଇଁ ଅନୁମତି ଦେଲେ ଭଲ ହୁଅନ୍ତା ବୋଲି କହିଛି କଟକ ବିଦଦେଶୀ ମଦ ବ୍ୟବସାୟୀ ସଂଘ। ଦୀର୍ଘ ଦିନ ହେବ ମଦ ଦୋକାନ ବନ୍ଦ ହେବା ଯୋଗୁଁ କଟକର ବ୍ୟବସାୟୀମାନଙ୍କୁ ନାହିଁ ନ ଥିବା କ୍ଷତି ସହିବାକୁ ପଡିଛି। ଦେଶର ଦୁଇ ବଡ଼ ବଡ଼ ଅନ୍ଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ସ୍ୱୀଗି ଓ ଜମାଟୋ ମଦର ଅନ୍ଲାଇନ୍ ହୋମ୍ ଡେଲିଭରି କିଛି ରାଜ୍ୟରେ ଆରମ୍ଭ କରିଛନ୍ତି।