ସମୁଦ୍ର ଭିତରେ ଦୁର୍ବଳ ହେଉଛି ମହାବାତ୍ୟା ଅମ୍ଫାନ। ଏହା ଧୀରେ ଧୀରେ ଶକ୍ତି ହରାଉଛି। ଏନେଇ ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଇଏମ୍ଡି ଡିଜି ଦେଇଥିବା ସୂଚନା ଅନୁସାରେ ମହାବାତ୍ୟା ଅମ୍ଫାନ ୬ ଘଣ୍ଟାରେ ଏକ୍ସଟ୍ରିମ୍ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହାର ପ୍ରଭାବ ପ୍ରଥମେ ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଅନୁଭୂତ ହେବ। ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ତେବେ ଓଡ଼ିଶାକୁ ବିଶେଷ ବିପଦ ନାହିଁ ବୋଲି କହିଛନ୍ତି ଡିଜି। ମହାବାତ୍ୟା ଅମ୍ଫାନ ଏବେ ଓଡ଼ିଶାର ପାରାଦୀପ ଠାରୁ ୫୨୦ କିମି ଓ ପଶ୍ଚିମବଙ୍ଗର ଦୀଘାଠାରୁ ୬୭୦ କି.ମି ଦୂରରେ ରହିଛି। ଏହା ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଗତି କରୁଛି।