ବାତ୍ୟା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ସମୁଦ୍ର ଭିତରେ ବାତ୍ୟା ଅମ୍ପାନ ଅଧିକ ସକ୍ରିୟ ହୋଇ ମହାବାତ୍ୟାର ରୂପ ନେଇଛି। ଏହାର ମୁକାବିଲା ଏନେଇ ପ୍ରଧନାମନ୍ତ୍ରୀ ବେଶ ଗୁରୁତ୍ୱ ଦେଇଛନ୍ତି। ଆଜି ଏନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା, କ୍ୟାବିନେଟ ସଚିବ ରାଜୀବ ଗଉବା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ. ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସମୀକ୍ଷା ଅବସରରେ ମୋଦୀ କହିଛନ୍ତି ଯେ ସେ ସମସ୍ତଙ୍କ ନିରାପତ୍ତା କାମନା କରୁଛନ୍ତି ଓ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ସବୁପ୍ରକାରର ସହାୟତା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଏହି ବୈଠକରେ ଏନଡିଆରଏଫ ମହାନିର୍ଦ୍ଦେଶକ ଏସଏନ ପ୍ରଧାନ ଜଣାଇଥିଲେ ଯେ ୨୫ଟି ଏନଡିଆରଏଫ ଟିମ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ମୁତୟନ କରାଯାଇଛି ଓ ଅନ୍ୟ ୧୨ଟି ଟିମକୁ ପ୍ରସ୍ତୁତ ରଖାଯାଇଛି। ଦେଶର ଅନ୍ୟ କେତେକ ସ୍ଥାନରେ ଆଉ ୨୪ଟି ଏନଡିଆରଏଫ ଦଳକୁ ସଜାଗ ରଖାଯାଇଛି।

Leave a Reply

Your email address will not be published. Required fields are marked *