ରାଜ୍ୟବାସୀଙ୍କ ଚିନ୍ତା ବଢିଯାଇଛି ବାତ୍ୟା ଅମ୍ଫାନ। ୧୯ ତାରିଖରୁ ଓଡ଼ିଶାରେ ବର୍ଷା ସାଙ୍ଗକୁ ପବନ ବୋହିବା ସମ୍ଭାବନା ରହିଛି। କରୋନା ଭୟ ମନରୁ ଲିଭିନଥିବା ବେଳେ ପୁଣି ଏକ ବାତ୍ୟାର ମୁକାବିଲା କରିବାକୁ ଯାଉଛି ଓଡ଼ିଶା। ବାତ୍ୟାକୁ ନେଇ ବଜାରରୁ ଗାଏବ ହେବାରେ ଲାଗିଛି ଆଳୁ। ଏଥି ସହ ଦର ୫ରୁ ୧୦ ଟଙ୍କା ବଢିଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଆଳୁ କେଜି ପିଛା ଦର ୨୫ ଟଙ୍କାରେ ବିକ୍ରି ହେଉଛି। ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ଫାନ୍ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ରହିଛି।ବାତ୍ୟା ଖବର ଶୁଣିବା ପରେ ଲୋକେ ଭୟଭୀତ ହେବା ସହ ଅତ୍ୟାବଶ୍ୟକ ଜିନିଷି ପାଇଁ ବଜାରରେ ଲୋକଙ୍କ ଭିଡ ଜମୁଛି। କିଏ ସାଇକେଲରେ ତ ଆଉ କିଏ ଗାଡିରେ ବସ୍ତା ବସ୍ତା ଆଳୁ ବୋହି ନେଉଛନ୍ତି । କରୋନା ଓ ବାତ୍ୟା ପାଇଁ ବେଙ୍ଗଲରୁ ଆଳୁ କମ୍ ଆସୁଥିବାରୁ ଦର ବଢିଥିବା କହିଛି ଛତ୍ର ବଜାର ବ୍ୟବସାୟୀ ସଂଘ ।