ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏଥିଲାଗି ସେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ୨୦ ଲକ୍ଷ କୋଟି ହେଉଛି ଭାରତର ଜିଡିପିର ୧୦ ପ୍ରତିଶତ। ୨୦୨୦-୨୧ ବର୍ଷ ପାଇଁ ଭାରତ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ବଜେଟ୍ ସ୍ଥିର କରିଛି। ଏହି ଘୋଷଣା ଅନୁଯାୟୀ ବିଶ୍ୱର ୫ ନମ୍ବର ସର୍ବାଧିକ ରିଲିଫ ପ୍ୟାକେଜ ଭାବରେ ଘୋଷଣା କରିବା ଦେଶରେ ଭାରତ ସାମିଲ ହୋଇପାରିଛି। ଯଦି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପ୍ୟାକେଜକୁ ପାକିସ୍ତାନର ବଜେଟ ସହ ତୁଳନା କରନ୍ତି ତେବେ ଭାରତର ରିଲିଫ ପ୍ୟାକେଜ ୬ ଗୁଣ ଅଧିକ ରହିବ। ପାକିସ୍ତାନ ପ୍ରାୟ ୩.୩୦ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲା । ଏହି ରିଲିଫ ପ୍ୟାକେଜ ଭାରତ ଜିଡିପିର ୧୦ ପ୍ରତିଶତ ସହ ସମାନ।