ଖୋର୍ଦ୍ଧା ରୋଡ୍‌ରେ କର୍ଫ୍ୟୁ

ଖୋର୍ଦ୍ଧା ରୋଡ୍‌ରେ କର୍ଫ୍ୟୁ। ରବିବାର ଦିନ ଗୋଟାଏରୁ ସୋମବାର ସକାଳ ୭ଯାଏଁ ଲାଗୁ ହେଲା କର୍ଫ୍ୟୁ। ଅହମ୍ମଦାବାଦରୁ ପ୍ରବାସୀଙ୍କୁ ନେଇ ଖୋର୍ଦ୍ଧା ରୋଡ୍ ଅଭିମୁଖେ ଆସୁଛି ଦୁଇଟି ଟ୍ରେନ୍। ଏଥିପାଇଁ ଖୋର୍ଦ୍ଧାରୋଡ୍ ଷ୍ଟେସନ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ରବିବାର ଦିନ ଗୋଟାଏରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିବା ସୂଚନା ଦିଆଯାଇଛି। ପ୍ରବାସୀ ଓଡିଆଙ୍କ ଫରିବା ନେଇ ସୁରକ୍ଷା ଦୃଷ୍ଟିରୁ କର୍ଫ୍ୟୁ ଜାରି କରାଯାଇଛି। ଆଜି ଗୁଜୁରାଟରୁ ୨ ଟି ଟ୍ରେନ୍ ଆସି ପହଞ୍ଚିବ। ୨ଟି ଟ୍ରେନରେ ପାଖାପାଖି ୨୪୦୦ ଶ୍ରମିକ ନେଇ ଆସୁଥିବା ଜଣାପଡିଛି । ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିବାର୍ହୀ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ତାମିଲନାଡୁ, ମହାରାଷ୍ଟ୍ର ଓ ଗୁଜରାଟରୁ ପ୍ରବାସୀ ଓଡିଆଙ୍କୁ ଧରି ଓଡିଶାର ବିଭିନ୍ନ ସ୍ଥାନକୁ ଆସୁଛି ୫ଟି ଟ୍ରେନ୍ । ଯେଉଁଥିରେ ୫ ହଜାରରୁ ଅଧିକ ଲୋକେ ଫେରୁଛନ୍ତି । ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ ପରେ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ଅହମ୍ମଦାବାଦରୁ ଖୋର୍ଦ୍ଧା ରୋଡ୍ ଅଭମୁଖେ ଆସୁଛି ଦୁଇଟି ଟ୍ରେନ୍ । ଚେନ୍ନାଇରୁ ମଧ୍ୟ ଗୋଟିଏ ଟ୍ରେନ୍ ଗଞ୍ଜାମ ଜଗନ୍ନାଥପୁର ଅଭିମୁଖେ ବାହାରିଛି । ସେହିପରି ଆଉ ଏକ ଟ୍ରେନ୍ ମହାରାଷ୍ଟ୍ରର ପାନଭେଲରୁ ବଲାଙ୍ଗିର ଟିଟଲାଗଡ଼ ଆସୁଥିବା ସୂଚନା ମିଳିଛି। ଆଜି ସମସ୍ତ ଟ୍ରେନ୍ ଓଡ଼ିଶା ପହଞ୍ଚିବ।

Leave a Reply

Your email address will not be published. Required fields are marked *