ଭାରତ ଓ ‌ଚୀନ୍ ସେନା ମୁହାଁମୁହିଁ: ଉଭୟ ଦେଶର ଏକାଧିକ ସୈନିକ ଆହତ

କରୋନା ଭଳି ମହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ସିକିମ୍ ସୀମାରେ ଭାରତ ଓ ‌ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ଶନିବାର ଦିନ ଉତ୍ତର ସିକିମର ଭାରତ-ଚୀନ୍ ସୀମାରେ ବହୁସଂଖ୍ୟକ ଭାରତୀୟ ଓ ଚୀନ୍ ସୈନିକ ଉତ୍ତେଜିତ ହୋଇ ମୁହାଁମୁହିଁ ହୋଇଥିଲେ। ଏନେଇ ସେନାର ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଦୁଇ ଦେଶର ସେନାଙ୍କ ମଧ୍ୟରେ ଏହି ଆକ୍ରମଣାତ୍ମକ ପରିସ୍ଥିତି ୫୦୦୦ ମିଟର ଉଚ୍ଚରେ ଥିବା ନାକୁ ଲା ସେକ୍ଟର୍‌ ଘାଟିରେ ଉପୁଜିଥିଲା ବୋଲି କୁହାଯାଉଛି। ଏହି ଗଣ୍ଡଗୋଳରେ ଦୁଇ ଦେଶର କେତେକ ସୈନ୍ୟ ଆହତ ମଧ୍ୟ ହୋଇଥିବାର ଖବର ମିଳିଛି। ଏହି ଗଣ୍ଡଗୋଳରେ ଭାରତର ୪ ଜଣ ଓ ଚୀନ୍‌ର ୭ଜଣ ସୈନିକ ଆହତ ହୋଇନ୍ତି। ଘଟଣାସ୍ଥଳରେ ମୀମାଂଶା କରାଯାଇ ବିବାଦ ମେଣ୍ଟାଇ ଦିଆଯାଇଛି। ଏ ସଂକ୍ରାନ୍ତରେ କୌଣସି ଖବର ମିଳିନାହିଁ ବୋଲି ସେନାମୁଖ୍ୟାଳୟ ଗଣମାଧ୍ୟମକୁ କହିଛି।

Leave a Reply

Your email address will not be published. Required fields are marked *